
ଭାରତୀୟ ଜନତା ପାର୍ଟି(ବିଜେପି) ବୁଧବାର ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘେଷଣା କରିଛି। ଗତକାଲି ବିଜେପିରେ ମିଶିଥିବା ରଘୁନାଥ ମହାନ୍ତିଙ୍କୁ ଦଳ ବସ୍ତାରୁ ପ୍ରାର୍ଥୀ କରିଥିବା ବେଳେ ଆଉ କିଛି ବିଧାନସଭା ଆସନ ପାଇଁ ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ଦଳ। ଚମ୍ପୁଆ, ଭୋଗରାଇ, ବସ୍ତା ଓ ନିଆଳି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବସ୍ତାରୁ ରଘୁନାଥ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଛି। ଚମ୍ପୁଆ ପାଇଁ ମୁରଲୀ ଶର୍ମା, ଭୋଗରାଇ ପାଇଁ ମାନସ ମହାନ୍ତି ଏବଂ ନିଆଳିରୁ ଛବି ମଲ୍ଲୀକଙ୍କୁ ଦଳ ପ୍ରାର୍ଥୀ କରିଛି। ଦଳ ପକ୍ଷରୁ କେବଳ କାକଟପୁର ଏବଂ କେନ୍ଦ୍ରାପଡା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି।