
ଭୁବନେଶ୍ବର, ଓଡିଶା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଅସ୍ତରଂଗର ବାଲିଡିଆ ଗ୍ରାମର ରୋହିତ ବେହେରାଙ୍କ କନ୍ୟା ନନ୍ଦିନୀଙ୍କୁ ବିବାହ କରିଛନ୍ତି। ଗତକାଲି ଏହି ବିବାହ ଉତ୍ସବ କାକଟପୁରର ଦେଉଳି ମଠରେ ଆୟୋଜିତ ହୋଇଥିଲା। ଏହି ବିବାହ ଉତ୍ସବ ହିନ୍ଦୁ ଧର୍ମର ବୈଦିକ ରିତିରେ ଆୟୋଜିତ ହୋଇଥିଲା। ଏଥିରେ ବିଜୁ ଜନତା ଦଳର ବହୁ ପ୍ରମୁଖ ନେତା ଯୋଗଦେଇଥିଲେ। ପ୍ରାୟ ପାଞ୍ଚ ହଜାର ଅତିଥୀ ଏହି ବିବାହ ଭୋଜିରେ ଯୋଗ ଦେଇଥିଲେ ବୋଲି କୁହାଯାଉଛି।