ଭୁବନେଶ୍ବର, ଦୈନିକ ସମ୍ବାଦପତ୍ର “ସକାଳ”ର ସହ-ସମ୍ପାଦକ ବ୍ରଜ କିଶୋର ପରିଡା ଙ୍କ ଏକ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି।ସବୁଦିନ ପରି ସେ ଅଫିସ କାମ ସାରି କଟକ ସ୍ଥିତ ଚାଉଳିଆଗଞ୍ଜ ବାସ ଭବନ କୁ ଯାଉଥିଲେ।ମାତ୍ର ହଂସପାଳ ଛକରେ କୌଣସି ଅଜଣା ଗାଡି ଧକ୍କାରେ ସେ ମୃତ୍ୟୁ ବରଣ କରଥିବା ବେଳେ ପାଖରେ ତାଙ୍କ ସ୍କୁଟି ଟି ପଡିଥିବା ରାତ୍ରୀ କାଳୀନ ଡିୟୁଟି ରେ ଥିବା ପିସିଆର ଭ୍ୟାନ ଦେଖିଥିଲା।ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣା ସ୍ଥଳ ରେ ପହଁଛି ମୃତ ଦେହ କୁ କ୍ୟାପିଟାଲ ହସ୍ପିଟାଲ କୁ ପଠାଇ ତଦନ୍ତ ଆରମ୍ଭ କରିଛି।