ଭୁବନେଶ୍ବର- ଭୁବନେଶ୍ୱର ଜିଲ୍ଲା ସବ୍ ରେଜିଷ୍ଟ୍ରାର ଅଫିସରେ ଭୁବନେଶ୍ୱର ବାର ଆସୋସିଏସନର ଓକିଲମାନେ ତାଲା ପକାଇଛନ୍ତି। ଓକିଲମାନେ କହିଛନ୍ତି ଯେ, ଜଣେ ଜମି ମାଲିକ ଚାହିଁଲେ ତାଙ୍କ ଜମିର କିଛି ଅଂଶ ବା ସବ୍ ପ୍ଲଟକୁ ବିକ୍ରି କରିପାରିବେ ନାହିଁ । ଯଦି ବିକ୍ରି କରିବେ ପୁରା ଜମିକୁ ବିକ୍ରି କରିବେ। ଏହି ନିୟମ ବିଡ଼ିଏ ଜାରି କରିଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ବିଲଡରଙ୍କ ପ୍ରଭାବରେ ବିଡ଼ିଏ ଏହି ନିୟମ ଆଣିଥିବା ସେମାନେ ଅଭିଯୋଗ କରିଛନ୍ତି ।ଏହାର ପ୍ରତିବାଦରେ ସବ୍ ରେଜିଷ୍ଟ୍ରାର ଅଫିସରେ ତାଲା ପକାଯାଇଛି।