ସମ୍ବଲପୁର: ପ୍ରଶାସନ ପକ୍ଷରୁ ବୁର୍ଲା ଭିସୁଟ୍ ପରିସରରୁ କଂଟେନମେଂଟ କଟକଣାକୁ ହଟାଇ ଦିଆଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟେଷ୍ଟିଂ ଓ ସର୍ଭେ କାର୍ଯ୍ୟ ଶେଷ ହେବା ପରେ କଟକଣା ପ୍ରତ୍ୟାହାର କରିଛି ପ୍ରଶାସନ। କଂଟେନମେଂଟ ହଟିବା ସତ୍ୱେ ୭ ଦିନ ପର୍ଯ୍ୟନ୍ତ ଆକ୍ଟିଭ୍ ସର୍ଭେଲାନ୍ସ ଜାରୀ ରହିବ।
ଏଠାରେ ଉଲ୍ଲେଖଯୋଗ୍ୟ, ଭିସୁଟର ୨୫ ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭିସୁଟ୍ କୁ ଗତ ୨୮ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା।