ସମ୍ବଲପୁର, ମା ସମଲେଶ୍ବରୀ ପୀଠକୁ ଆସୁଥିବା ଭକ୍ତମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିଆଯାଇଛି ପଦକ୍ଷେପ। ଭକ୍ତଙ୍କ ସେବା ପାଇଁ ସେଠାରେ ୱାଟରକୁଲର ଓ ପ୍ୟୁରିଫାୟର ମେସିନ୍ ସ୍ଥାପନ କରାଯାଇଛି। ଏହାକୁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଲୋକାର୍ପିତ କରିଛନ୍ତି। ଏଥିସହିତ ଶ୍ରୀମୟୀ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ପ୍ରଶାସନିକସ୍ତରରେ ଆବଶ୍ୟକ ସହଯୋଗ ଯୋଗାଇବା ଦିଗରେ ଉଦ୍ୟମ କରିବେ ବୋଲି ସେ କହିଛନ୍ତି। ବର୍ତ୍ତମାନ ପ୍ରବଳ ଖରା ଆରମ୍ଭ ହୋଇଯାଇଥିବାରୁ ଦୂରଦୂରାନ୍ତ ଭକ୍ତଙ୍କ ପାଇଁ ଏହା ବେଶ ସହାୟକ ହୋଇପାରିବ।