ଭୂଦାନ ମୁର୍ମୁଙ୍କ ଇସ୍ତଫା ପତ୍ର ଗୃହୀତ

Published: Apr 4, 2019, 2:43 pm IST
bhudan mrumu's resignation letter accept

ବିଜେପି ପ୍ରାର୍ଥୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫାପତ୍ରକୁ ଆଜି ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେପି ମୁର୍ମୁଙ୍କୁ ମୟୂରଭଞ୍ଜର ସାରସକଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ତେଣୁ ନିର୍ବାଚନ ଲଢିବା ପାଇଁ ସେ ୬ ମାସ ତଳୁ ତାଙ୍କ ଇସ୍ତଫାପତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେଇଥିଲେ। ହେଲେ ଗତକାଲି ପର୍ଯ୍ୟନ୍ତ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟ ସରକାର ଗ୍ରହଣ କରି ନଥିଲେ। ଇସ୍ତଫାପତ୍ର ଗୃହୀତ ହେଉ ନଥିବାରୁ ବୁଧବାର ଭୂଦାନଙ୍କ ସହିତ ବିଜେପିର ଏକ ପ୍ରତିନିଧି ଦଳ ନବୀନ ନିବାସ ଯାଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କ ନିକଟରେ ଏ ବିଷୟରେ ଆଲୋଚନା କରିବା ସହିତ ଦିନ ତମାମ ଧାରଣା ଦେଇଥିଲେ।

 

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ  sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )

Related posts