
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧, ବରଗଡରୁ ୮,ସମ୍ବଲପୁରରୁ ୮, କଟକରୁ ୭, ବଲାଙ୍ଗୀରିରୁ ୬, ସୁନ୍ଦରଗଡରୁ ୫, ଦେବଗଡ଼ରୁ ୪, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୩, ମୟୂରଭଞ୍ଜରୁ ୩, ବାଲେଶ୍ବରରୁ ୨, ରାୟଗଡାରୁ ୨, ଅନୁଗୁଳରୁ ୧, ଭଦ୍ରକରୁ ୧, ବୌଦ୍ଧରୁ ୧, କେନ୍ଦ୍ରାପଡାରୁ ୧, ପୁରୀରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୮୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୫୨୯ କୁ ବୃଦ୍ଧି ହୋଇଛି। ତେବେ ୭୨୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।