ଆଜି କଂଗ୍ରେସ ନିର୍ବାଚନ ଇସ୍ତାହାର ନେଇ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରୀୟ ନେତା ପ୍ରିୟଙ୍କା ଚତୁର୍ବେଦୀ। କ୍ଷମତାକୁ ଆସିଲେ ବର୍ଷକୁ ୭୨ ହଜାରର ଗ୍ୟାରେଣ୍ଟି ଦେବା ସହ ଋଣ ନସୁଝିଲେ ଚାଷୀଙ୍କୁ ଯିବାକୁ ପଡିବନି ଜେଲ ଓ ୨୨ଲକ୍ଷ ସରକାରୀ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ। ନିଶ୍ଚିତ ରୋଜଗାର ଆୟ ସହ ଗରିବ ହଟାଇବା ଦିଗରେ ଏହି ନିର୍ବାଚନୀ ଇସ୍ତାହାରରେ ବେଶ୍ ଗୁରୁତ୍ବ ଦିଆଯାଇଛି। ଏଥିସହ ଆସନ୍ତାକାଲି ଓଡିଶା କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିପାରେ। ଏଥିପାଇଁ ଛତିଶଗଡ ଢାଂଚାରେ ଲୋକଙ୍କ ମତାମତ ଲୋଡାଯାଇଥିଲା। କ୍ଷମତାକୁ ଆସିଲେ କଂଗ୍ରେସ କୃଷକଙ୍କ ଋଣଛାଡ କରିବ ବୋଲି ସୂଚନା ଦେଇଥିଲେ ପିସିସି ସଭାପତି। କଂଗ୍ରେସ ଘୋଷଣାପତ୍ରରେ ଏହାକୁ ପ୍ରାଥମିକତା ଦେଇପାରେ। ସେପଟେ ଲୋକସଭା ନିର୍ବାଚନ ପାଇଁ ମିଶନ ଦକ୍ଷିଣରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର କେରଳର ୱାଇନାଡ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ଏଥିପାଇଁ ୱାଇନାଡରେ ପହଂଚି ନାମାଙ୍କନ ଦାଖଲ କରିଛନ୍ତି ରାହୁଲ।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )