ଭୁବନେଶ୍ବର, ଆଜି ଭୁବନେଶ୍ୱରର ମଞ୍ଚେଶ୍ୱର ଠାରେ ଥିବା ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ ପ୍ରାୟ ୧୪୦ ଜଣ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ କୋଭିଡ ଟୀକା ଦିଆଯାଇଛି। ପୂର୍ବରୁ ପୂର୍ବତଟ ରେଳପଥ ମାର୍ଚ୍ଚ ମାସ ୪ ତାରିଖ ଠାରୁ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ ସମସ୍ତ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ କୋଭିଡ ଟିକା ପ୍ରଦାନ କରିବାକୁ ଘୋଷଣା କରିଥିଲା।
ଅବସରପ୍ରାପ୍ତ ରେଳବାଇ କର୍ମଚାରୀମାନେ ସରକାରୀ ଛୁଟି ଦିନ ବ୍ୟତୀତ ସପ୍ତାହର ସୋମବାର ଠାରୁ ଶୁକ୍ରବାର ମଧ୍ୟରେ ପୂର୍ବାହ୍ନ ୯ ଘଟିକା ଠାରୁ ଅପରାହ୍ନ ୪ ଘଟିକା ମଧ୍ୟରେ କେନ୍ଦ୍ରୀୟ ଚିକିତ୍ସାଳୟରେ ସେମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ କୁହାଯାଇଅଛି।
ଅବସରପ୍ରାପ୍ତ ରେଳ କର୍ମଚାରୀମାନେ ସେମାନଙ୍କର ଆଧାର କାର୍ଡ (ବାଧ୍ୟତାମୂଳକ), ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, RELHS କାର୍ଡ ପଞ୍ଜିକରଣ ସମୟରେ ଦାଖଲ କରିବା ସହିତ OTP ପାଇଁ ସେମାନଙ୍କର ଆଧାର ସଂଯୁକ୍ତ ମୋବାଇଲ୍ ନମ୍ବର ପାଖରେ ରଖିବା ଉଚିତ୍।