ଇଣ୍ଡିଗୋ ଏୟାରଲାଇନ୍ସକୁ ଏସିଆର ଶସ୍ତା ଏୟାରଲାଇନ୍ସ ମାନ୍ୟତା

Published: Apr 4, 2019, 4:43 pm IST
IndiGo crowned Asia’s Best Low-Cost airline award

ଘରୋଇ ବିମାନ ଚଳାଚଳ କମ୍ପାନୀ ଇଣ୍ଡିଗୋ ଏୟାରଲାଇନ୍ସକୁ ଏସିଆର ସବୁଠୁ ଶସ୍ତା ଏବଂ ସର୍ବଶ୍ରେଷ୍ଠ ଏୟାରଲାଇନ୍ସର ମାନ୍ୟତା ମିଳିଛି। ଟ୍ରାଭେଲର୍ସ ଚଏସ୍‌ ଏୟାଲାଇନ୍‌ ଆଓ୍ବାର୍ଡସରେ ଇଣ୍ଡିଗୋକୁ ଏହି ସମ୍ମାନ ମିଳିଛି। କମ୍ପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଓଓ) ଓଲ୍ଫଗାଙ୍ଗ ପ୍ରକ୍‌ ସ୍କଉର୍‌ ଇଣ୍ଡିଗୋ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପୁରସ୍କାର ଯାତ୍ରୀମାନଙ୍କର ଇଣ୍ଡିଗୋ ପ୍ରତି ଥିବା ଭଲପାଇବା ପ୍ରମାଣିତ କରୁଛି ବୋଲି କହିଛନ୍ତି ଇଣ୍ଡିଗୋ ସିଇଓ। ଟ୍ରିପ୍‌ ଆଡଭାଇଜର୍ସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଟ୍ରିପ୍‌ ଆଡଭାରଇଜର୍ସ ସାଇଟ୍‌ରେ ଗ୍ରାହକଙ୍କ ରିଭ୍ୟୁକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଜାନୁୟାରୀ ୨୦୧୮ରୁ ଡିସେମ୍ବର ୨୦୧୮ ମଧ୍ୟରେ ଯାତ୍ରା କରିଥିବା ଗ୍ରାହକଙ୍କ ରିଭ୍ୟୁ ସାମିଲ କରାଯାଇଥିବା ନେଇ ଟ୍ରିପ୍‌ ଆଡ୍‌ଭାଇଜର୍‌ ପକ୍ଷରୁ ସୂଚନା ଦିଆଯାଇଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ  sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )

Related posts