ଭୁବନେଶ୍ୱର, ଆଜି ସ୍ଥାନୀୟ କଳ୍ପନା ଠାରେ ରୋଟାରୀ କ୍ଲବ ଭୁବନେଶ୍ୱର କଳିଙ୍ଗ ଏବଂ ଓଡିଶା ଟେକର୍ସ କ୍ଲବ ପକ୍ଷରୁ ଏକ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଛି। ମହିଳାମାନେ କଳ୍ପନା ସ୍ଥିତ ତୃପ୍ତି ହୋଟେଲ ପାଖରୁ ବାହାରି ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ।ଏହି ପଦଯାତ୍ରାକୁ ରୋଟାରୀ ଗଭର୍ଣ୍ଣର ନୋମିନ ପ୍ରଭୁଦତ ସୁବୁଦ୍ଧି ଏବଂ ପ୍ରତିଷ୍ଠିତ ସମାଜସେବି ରୀନା ରାଉତରାୟ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ପାଞ୍ଚ କିଲୋମିଟର ପଥ କୁ ମହିଳା ମାନେ 40 ମିନଟ ରେ ଅତିକ୍ରମ କରିଥିଲେ।
ରୋଟାରୀ କ୍ଲବ ର ସଭାପତି ଦେବଯାନୀ ବୋଷ, ସମ୍ପାଦକ ଶର୍ମିଷ୍ଠା ମହାନ୍ତି ଏବଂ ପୂର୍ବତନ ସଭାପତି ସଞ୍ଜୟ ବୋଷ, ଟେକକେର୍ସ କ୍ଲବ ର ସଭାପତି ଆଂସୂ ତ୍ରିପାଠୀ ମିଳିତ ଭାବରେ ଏହି ପଦଯାତ୍ରା କୁ ଆୟୋଜନ କରିଥିଲେ। ରୋଟାରୀ କ୍ଲବ କଳିଙ୍ଗ ପକ୍ଷରୁ ରାଧାମୋହନ ପଟ୍ଟନାୟକ, ମନୀନ୍ଦ୍ର ପାଣିଗ୍ରାହୀ, ଶିବନାରାୟଣ ମହାପାତ୍ର, ଆଶୁତୋଷ ନନ୍ଦ, ରୋଟ୍ରାକ୍ଟ କ୍ଲବ ପକ୍ଷରୁ ଜାଜ୍ଞଶିନୀ ଯୋଗଦାନ କରିଥିଲେ।
ଏହି ପଦଯାତ୍ରା ରେ ପ୍ରଥମ ତିନି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଛି। ପିନାକୀନୀ ସାହୁ, ଶ୍ରୀଲତା ପଣ୍ଡା, ଏବଂ ଅନିତା ମିଶ୍ର ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ଥିଲେ। ଡେଜି ପଟ୍ଟନାୟକ ଏବଂ ଲତିକା ବିଶ୍ୱାଳ ମଧ୍ୟ ପଦଯାତ୍ରା କୁ ସଠିକ ଭାବର ପଥ ପରିକ୍ରମା କରିଥିଲେ। ଏହି ରୋଟାରୀ ପଦଯାତ୍ରାର ନାମ ହାପିଫିଟ ନାମ ରେ ନାମିତ କରା ଯାଇଥିଲା। ରୋଟାରୀଆନ ପୁଣ୍ୟଶ୍ଳୋକ ମହାନ୍ତି ଏହି ହାପିଫିଟ କୁ ସଂଯୋଜନା କରିଥିଲେ।