
କୋଲକାତା, ଶେଷରେ ପ୍ରଖ୍ୟାତ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହୋଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତା ଗସ୍ତ ବେଳେ ମିଥୁନ ଦା ପଦ୍ମଫୁଲ ଧରିଛନ୍ତି। ମିଥୁନ ବିଜେପିରେ ସାମିଲ ହେବେ ବୋଲି ଦୀର୍ଘ ଦିନ ହେବ ଚର୍ଚ୍ଚା ଜୋର୍ ଧରିଥିଲା । ସେ ସମସ୍ତ ଚର୍ଚ୍ଚା ଉପରୁ ପରଦା ହଟାଇ ଦେଇଛନ୍ତି।ମୋଦୀଙ୍କର କଲୋକାତା ଗସ୍ତ ବେଳେ ମିଥୁନ ଏବଂ ସୌରଭ ଗାଙ୍ଗୁଲି ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ଗାଙ୍ଗୁଲି ସାମିଲ ହୋଇ ନ ଥିଲେ।