ଭୁବନେଶ୍ବର, ଧୀରେ ଧୀରେ ଶିମିଳିପାଳର ଜଙ୍ଗଲୀ ନିଆଁ ଅଣଆୟତ ଅବସ୍ଥାକୁ ଆସିଲାଣି। ଦିନକୁ ଦିନ ଏହାର ପ୍ରକୋପ ବଢିବାରେ ଲାଗିଛି। ନିଆଁ ଲିଭିବାର ନାଁ ଧରୁ ନାହିଁ। ଫଳରେ ଏହି ନିଆଁ ବର୍ତ୍ତମାନ ଜନବସତି ଆଡକୁ ମୁହାଁଇଲାଣି। ଏହି ନିଆଁକୁ ଲିଭାଇବା ପାଇଁ ବର୍ତ୍ତମାନ ହଜାରରେ ଅଧିକ କର୍ମଚାରୀ ମୁତୟନ ହୋଇଛନ୍ତି। ହେଲେ ମଧ୍ୟ ନିଆଁକୁ ଆୟତ କରାଯାଇ ପାରୁ ନାହିଁ।
ବର୍ତ୍ତମାନ ଏହି ନିଆଁ ଜଙ୍ଗଲ ସଂପଦ ନଷ୍ଟ କରିବା ସହିତ ସେଠାକାର ପରିବେଷକୁ ମଧ୍ୟ ପ୍ରଦୂଷଣ କରିବାରେ ଲାଗିଛି। ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳ ଧୂଆଁର ଆସ୍ତରଣ ସୃଷ୍ଟି ହେବାରେ ଲାଗିଛି। ଲୋକମାନେ ନିଃସ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ସୃଷ୍ଟି ହେଲାଣି। ଏପରିକି ପୋଡା ପାଉଁଶ ମଧ୍ୟ ବିଭିନ୍ନ ସ୍ଥାନରେ ଉଡି ଜନବସତିରେ ପଡିବାରେ ଲାଗିଛି। ଫଳରେ ଏହାର ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା ସୃଷ୍ଟି ହେଲାଣି।