
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଝାରସୁଗୁଡାରୁ ୧୨, ସୁନ୍ଦରଗଡରୁ ୧୦, ସମ୍ବଲପୁରରୁ ୯, ବାଲେଶ୍ବରରୁ ୭, ଯାଜପୁରରୁ ୬, ଖୋର୍ଦ୍ଧାରୁ ୬, ବରଗଡରୁ ୪, କଟକରୁ ୪, ମୟୂରଭଞ୍ଜରୁ ୪, ପୁରୀରୁ ୪, ଅନୁଗୁଳରୁ ୩, ବଲାଙ୍ଗୀରିରୁ ୩, ଦେବଗଡରୁ ୩, କେନ୍ଦ୍ରାପଡାରୁ ୩, କେନ୍ଦୁଝରରୁ ୩, ଗଞ୍ଜାମରୁ ୨, କଳାହାଣ୍ଡିରୁ ୧, କୋରାପୁଟରୁ ୧, ନୂଆପଡ଼ାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୧୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୮୦୩ କୁ ବୃଦ୍ଧି ହୋଇଛି। ତେବେ ୫୭୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।