ଲୋକସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶର କଂଗ୍ରେସ ୧୨ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏହି ସୂଚୀରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତ୍ର ନକୁଲନାଥଙ୍କୁ ଛିଣ୍ଡ୍ଓ୍ବାଦାରୁ ଟିକେଟ ମିଳିଥିବାବେଳେ ପୂର୍ବତନ ନେତା ତଥା ପ୍ରତିପକ୍ଷ ଅର୍ଜୁ୍ନ୍ ସିଂହଙ୍କ ପୁତ୍ର ଅଜୟସିଂହଙ୍କୁ ସିଧି ଲୋକସଭା ଆସନରୁ ଟିକେଟ ମିଳିଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଅରୁଣ ଯାଦବଙ୍କୁ କଂଗ୍ରେସ ଖଣ୍ଡଓ୍ବା ଟିକେଟ ଦେଇଛି। ଏହା ବ୍ୟତୀତ ଆଲାବା ସାଗର ପାଇଁ ପ୍ରଭୁ ସିଂ ଠାକୁର, ଦମୋହ ପାଇଁ ପ୍ରତାପ ସିଂହ ଲୋଧି, ସତନା ପାଇଁ ରାଜାରାମ ତ୍ରିପାଠୀ, ରିବା ପାଇଁ ସିଦ୍ଧାର୍ଥ ତିଓ୍ବାରୀ, ଜବଲପୁର ପାଇଁ ବିବେକ ତନ୍ଖା, ମଣ୍ଡଳା ପାଇଁ କମଲ ମାରାବୀ, ଦେବାସ ପାଇଁ ପ୍ରହ୍ଲାଦ ତିପାନିଆ, ଉଜୈନ୍ ପାଇଁ ବାବୁଲାଲ୍ ମାଲବୀୟ ଓ ଖରଗୋନ ପାଇଁ ଡ. ଗୋବିନ୍ଦ ମୁଜାଲଦାଙ୍କୁ ଟିକେଟ ଦେଇଛନ୍ତି। କମଲନାଥ ୨୦୧୮ ଡିସେମ୍ବର ୧୭ ତାରିଖରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କମଲନାଥ ବର୍ତ୍ତମାନ ଛିନ୍ଦଓ୍ବାଡା ଲୋକସଭା କ୍ଷେତ୍ରର ସାଂସଦ ରହିଛନ୍ତି। ନିୟମାନୁସାରେ ସେ ଏହି ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ୬ ମାସ ପରେ ବିଧାନସଭା ସଦସ୍ୟ ରୂପେ ନିର୍ବାଚିତ ହେବେ। ମଧ୍ୟପ୍ରଦେଶରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )