ଗଂଜାମ ଏସ୍‌ପିଙ୍କ ସମେତ ୪ ଅଫିସରଙ୍କୁ ସମ୍ବର୍ଦ୍ଧନା

Published: Mar 11, 2021, 9:26 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାର ଶ୍ରେଷ୍ଠ ପୋଲିସ୍ ଅଫିସର ଭାବେ ଗଂଜାମ ଏସ୍‌ପି ବ୍ରିଜେଶ କୁମାର ରାୟଙ୍କ ସମେତ ଅନ୍ୟ ୩ ଜଣ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ଗଂଜାମ ଜିଲ୍ଲା କୃମି କ୍ଷେତ୍ରୀୟ ସମାଜ ପକ୍ଷରୁ ସଦସ୍ୟମାନେ ଗଂଜାମ ଏସ୍‌ପି ବ୍ରିଜେଶ କୁମାର ରାୟଙ୍କ କାର୍ଯ୍ୟାଳୟରେ ପହଞ୍ଚି ପୁଷ୍ପଗୁଚ୍ଛ, ଉପଢ଼ୌକନ, ବସ୍ତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।

ଏହାସହ ତିନିଜଣ ଏଏସ୍‌ପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ ଏବଂ ଅଶୋକ କୁମାର ମହାନ୍ତିଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନ ପ୍ରଦାନ କରାଯାଇଛି।

ଏହି ଅବସରରେ କୃମି ସମାଜର ସଭାପତି ଇଂଜିନିୟର ଅଭିମନ୍ୟୁ ପ୍ରଧାନ ଓ ସମାଜସେବୀ ରାକେଶ ପ୍ରଧାନ ଉପସ୍ଥିତ ଥିଲେ। ସମସ୍ତଙ୍କୁ ମାନପତ୍ର ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

Related posts