Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁରକ୍ଷିତ ରକ୍ତ ପରୀକ୍ଷା: ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ସମ୍‌ ହସ୍ପିଟାଲ୍‌ରେ ଆଇଡି-ନାଟ୍ ମେସିନ୍ ଆରମ୍ଭ
ଆଜିର ଖବର

ସୁରକ୍ଷିତ ରକ୍ତ ପରୀକ୍ଷା: ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ସମ୍‌ ହସ୍ପିଟାଲ୍‌ରେ ଆଇଡି-ନାଟ୍ ମେସିନ୍ ଆରମ୍ଭ

March 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ଅନୁଷ୍ଠାନ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଂଟ ଅଫ୍ ଟ୍ରାନ୍ସଫ୍ୟୁଜନ ମେଡିସିନ୍ ରେ ସୁରକ୍ଷିତ ରକ୍ତ ଅର୍ନ୍ତକ୍ଷେପଣ ନିମନ୍ତେ ଆଇଡି-ନାଟ୍ ବ୍ଲଡ୍ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ଏହି ଇଣ୍ଡିଭିଜୁଆଲ୍ ଡୋନର୍ ନ୍ୟୁକ୍ଲିକ୍ ଏସିଡ୍ ଟେଷ୍ଟିଂ (ଆଇଡି-ନାଟ୍‌) ମେସିନ୍‌କୁ ସମ ହସ୍ପିଟାଲ୍‌ରେ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଉଦ୍‌ଘାଟନ କରିବା ସହ ରକ୍ତ ପରୀକ୍ଷା ଏବଂ ରୋଗୀଙ୍କୁ ସୁରକ୍ଷିତ ଭାବେ ରକ୍ତ ଟ୍ରାନ୍ସଫ୍ୟୁଜନ୍ ନିମନ୍ତେ ଏହି ମେସିନ୍ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରିପାରିବ ବୋଲି ସେ କହିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏହି ସୁବିଧା ଆରମ୍ଭ କରାଯିବା ଖୁବ୍ ପ୍ରଶଂସନୀୟ। ଏଥିପାଇଁ ହସ୍ପିଟାଲ୍‌କୁ ଧନ୍ୟବାଦ ଅର୍ପଣ କରୁଛି ବୋଲି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସେ କହିଥିଲେ।

ଷ୍ଟେଟ୍ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ କାଉନ୍‌ସିଲ୍‌ର ନିର୍ଦ୍ଦେଶକ ଡ. ଉର୍ମିଳା ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିବା ପ୍ରସଙ୍ଗରେ କହିଥିଲେ ଯେ ବ୍ଲଡ ବ୍ୟାଙ୍କଗୁଡ଼ିକ ଦ୍ୱାରା ୫ ପ୍ରକାରର ରକ୍ତ ସ୍କ୍ରିନିଂ କରାଯାଇଥାଏ। ଏଚ୍‌ଆଇଭି, ହେପାଟାଇଟିସ୍-ବି, ହେପାଟାଇଟିସ୍‌-ସି, ମାଲେରିଆ ଏବଂ ଭିଡିଆର୍‌ଏଲ୍ ନିମନ୍ତେ ଏହି ସ୍କ୍ରିନିଂ କରାଯାଏ। ସୁରକ୍ଷିତ ରକ୍ତ ପ୍ରଦାନ ଆମର ସବୁଠାରୁ ବଡ ଉଦ୍ଦେଶ୍ୟ ଥିବା ବେଳେ ଅତ୍ୟାଧୁନିକ ବ୍ୟବସ୍ଥା ବିନା ରକ୍ତରେ ଥିବା ଭାଇରସ୍ ଚିହ୍ନଟ କରିବା ଖୁବ୍ କଷ୍ଟକର ବୋଲି ସେ କହିଥିଲେ।

ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର କହିଥିଲେ ଯେ ଏହି ମେସିନ୍‌ର ଖୁବ୍ ଉପଯୋଗିତା ରହିଛି ଏବଂ ବହୁ ସଂଖ୍ୟକ ରୋଗୀଙ୍କ ପାଇଁ ଏହା ଉପକାରୀ ହେବ। ଏହାର ଅଧିକ ବ୍ୟବହାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବିଭୁଦେନ୍ଦୁ ପତି ଏବଂ ଆସୋସିଏଟ ପ୍ରଫେସର ଡ. ଗିରିଜା ନନ୍ଦିନୀ କାନୁନ୍‌ଗୋ ବକ୍ତବ୍ୟ ରଖିଥିଲେ।

ଏହି ମେସିନ ଯୋଗାଉଥିବା କମ୍ପାନୀ ହେମୋଜେନୋମିକ୍ସର ଉପସଭାପତି ସଂଗୀତ ଗୋପାଳ କିନି ମେସିନ୍ ସମ୍ବନ୍ଧରେ ସୂଚନା ଦେଇ କହିଥିଲେ ଯେ ଆଇଡି-ନାଟ ରକ୍ତରେ ଥିବା ଏଚ୍‌ଆଇଭି, ହେପାଟାଇଟିସ୍‌-ବି ଏବଂ ହେପାଟାଇଟିସ୍‌-ସି ଭାଇରସକୁ ଉଇଣ୍ଡୋ ପିରିଅଡ ମଧ୍ୟରେ ଚିହ୍ନଟ କରିବାକୁ ସକ୍ଷମ। ଏହା ଫଳରେ ଚିହ୍ନଟ କରିବାର ସମୟକୁ କମ କରାଯାଇପାରେ।

ଓଡିଶା ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.