Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପିର ଜାତୀୟତା ନୀତି ସହିତ ଅମଙ୍ଗ ହେବା ଦେଶଦ୍ରୋହ ନୁହେଁ : ଆଡଭାନୀ
ଆଜିର ଖବର

ବିଜେପିର ଜାତୀୟତା ନୀତି ସହିତ ଅମଙ୍ଗ ହେବା ଦେଶଦ୍ରୋହ ନୁହେଁ : ଆଡଭାନୀ

April 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
advani writes a blog about nationalism
advani writes a blog about nationalism

ରାଜନୀତିରୁ ସନ୍ନ୍ୟାସ ନେବା ପରେ ପ୍ରଥମ ଥର ପାଇଁ ନିଜର ନିରବତା ଭାଙ୍ଗି ଏକ ବ୍ଲଗ୍‌ ଲେଖିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ। ଗାନ୍ଧିନଗରରୁ ଚଳିତ ଥର ଦଳ ପକ୍ଷରୁ ଟିକେଟ ନମିଳିବା ପରେ ସେ ନିଜର ପ୍ରଥମ ସାର୍ବଜନାନୀ ପ୍ରତିକ୍ରିୟା ଦେଇଛନ୍ତି। ଏହି ବ୍ଲଗ୍‌ର ସେ ଦଳୀୟ ନୀତି ଆଦର୍ଶ ଉପରେ ଆଲୋଚନା କରିଥିବା ବେଳେ ନିଜର ପ୍ରଥମ ବ୍ଲଗରେ କହିଛନ୍ତି ଯେ, ବିଜେପିର ରାଜନୈତିକ ବିରୋଧୀ ଯେଉଁମାନେକି  ବିଜେପିର ଜାତୀୟତା ନୀତି ସହିତ ଅମଙ୍ଗ ସେମାନଙ୍କୁ ଦେଶଦ୍ରୋହୀ କୁହାଯାଇପାରିବ ନାହିଁ। ଆଡଭାନୀ ବ୍ଲଗରେ ଲେଖିଛନ୍ତି ଯେ ମୋ ଜୀବନର ସିଦ୍ଧାନ୍ତ ରହିଛି –ଦେଶ ପ୍ରଥମେ, ପରେ ଦଳ ଏବଂ ତାପରେ ନିଜେ। ସ୍ବଚ୍ଛ ଏବଂ ଅବାଧ ନିର୍ବାଚନକୁ ବିଜେପି ସର୍ବଦା ପ୍ରାଧାନ୍ୟ ଦେଇଛି। ସତ୍ୟ, ଦେଶ ପ୍ରତି ନିଜର ନିଷ୍ଠା, ଗଣତନ୍ତ୍ର ଏବଂ ସାଂସ୍କୃତିକ ରାଷ୍ଟ୍ରବାଦକୁ ବିଜେପି ସର୍ବଦା ପ୍ରାଧାନ୍ୟ ଦେଇ ଆସିଛି ଏବଂ ଏହ ସୁଶାସନ ପ୍ରତିଷ୍ଠା କରିବାରେ ସହାୟକ ହେବ। ଏପ୍ରିଲ ୬ରେ ବିଜେପିର ପ୍ରତିଷ୍ଠା ଦିବସର ଦୁଇ ଦିନ ପୂର୍ବରୁ ଏକ ବ୍ଲଗ ଲେଖି ଗାନ୍ଧିନଗର ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି, ଯେଉଁ  ନିର୍ବାଚନ ମଣ୍ଡଳୀରୁ ସେ ୧୯୯୧ ପରଠାରୁ ୬ ଥର ସାଂସଦ ରହିଛନ୍ତି। ଚଳିତଥର ଗାନ୍ଧିନଗର ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିର୍ବାଚନ ଲଢିବାକୁ ଯାଉଛନ୍ତି। ସେ ଲିଖିଛନ୍ତି ଯେ ସବୁ ପରିସ୍ଥିତିରେ ମୋ ସିଦ୍ଧାନ୍ତରେ ଅଟଳ ରହିବା ପାଇଁ ଚେଷ୍ଟା କରିଛି। ଆଡଭାନୀ ତାଙ୍କ ରାଜନୈତିକ ଯାତ୍ରାକୁ ଏଥିରେ ମନେ ପକାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ୧୪ ବର୍ଷରେ ପ୍ରଥମେ ଆରଏସଏସ ପରେ ଜନସଂଘ ଏବଂ ପରେ ବିଜେପିର ସଦସ୍ୟ ରହିଛି ଏବଂ ଦଳ ସହ ପ୍ରାୟ ୬୦ ବର୍ଷ ଜଡିତ ରହିଛି।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

September 16, 2025

ପୁଣି ମହଙ୍ଗା ହେଲା ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 16, 2025

ସଫା ରାସ୍ତା ଠାରୁ ଦ୍ରୁତ ମେଟ୍ରୋ ପର୍ଯ୍ୟନ୍ତ – ସହର ବିକାଶ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

September 16, 2025

ବାବା ପିଲା ଗଣେଶ ପୂଜା ମହୋତ୍ସବରେ ଯୋଗଦେଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ

September 16, 2025
Latest News

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

September 16, 2025

ପୁଣି ମହଙ୍ଗା ହେଲା ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 16, 2025

ସଫା ରାସ୍ତା ଠାରୁ ଦ୍ରୁତ ମେଟ୍ରୋ ପର୍ଯ୍ୟନ୍ତ – ସହର ବିକାଶ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

September 16, 2025

ବାବା ପିଲା ଗଣେଶ ପୂଜା ମହୋତ୍ସବରେ ଯୋଗଦେଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ

September 16, 2025

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.