ଋଣ ସୁଝି ନ ଥିବାରୁ ପିସିଆର ଭ୍ୟାନକୁ ଜବତ କଲା ଫାଇନାନସ କଂପାନୀ, ଅନ୍ୟ ଗାଡିରେ ଫେରିଲା ପୋଲିସ

Published: Mar 18, 2021, 11:14 am IST

ଭୁବନେଶ୍ବର, ପିସିଆର ଭ୍ୟାନ ଭଡାରେ ଲାଗିଥିଲା। ହେଲେ ପୋଲିସକୁ ଜଣା ନ ଥିଲା ଏହି ଗାଡିର ମାଲିକ ଋଣ ଦେଇ ନାହିଁ। ଫଳରେ ରାସ୍ତାରେ ଫାଇନାନସ କଂପାନୀର କର୍ମଚାରୀ ଗାଡିକୁ ଅଟକାଇଲେ। ଗାଡିକୁ ନିକଟସ୍ଥ ଥାନାକୁ ନେଇ ଜବତ କଲେ। ଫଳରେ ପିସିଆର ଭ୍ୟାନରେ ଥିବା ପୋଲିସ ଆଉ ଏକ ଗାଡି ଭଡା କରି ନିଜ ଥାନାକୁ ଫେରିଲେ।

ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବରର ଖଣ୍ଡଗିରି ଅଞ୍ଚଳରେ। ବାଲେଶ୍ବରର ଖୁଣ୍ଟା ଥାନାର ପୋଲିସ ପିସିଆର ଭ୍ୟାନରେ ପାତ୍ରପଡାରେ ଲୁଚିଥିବା ଜଣେ ଅଭିଯୁକ୍ତକୁ ଧରିବାକୁ ଆସିଥିଲେ। ଗାଡିକୁ ଫାଇନାନସ କରିଥିବା କଂପାନୀ ଭୁବନେଶ୍ବର ଗାଡି ଆସିଛି ବୋଲି ଜାଣିବାକୁ ପାଇବା ପରେ ସେମାନେ ଘଟଣା ସ୍ଥଳକୁ ଯାଇ ଗାଡିକୁ ଧରିଲେ।

ଏସବୁ କଥା ପୋଲିସକୁ ଜଣା ନ ଥିଲା। କିଛି ଉପାୟ ନ ପାଇ ସେ ଗାଡିକୁ ଫାଇନାନସ କଂପାନୀ ଓ ଖୁଣ୍ଟା ପୋଲିସ ଖଣ୍ଡଗିରି ଥାନାକୁ ଆସିଲେ। ସେଠାରେ ଗାଡି ଜବତ କରାଗଲା ଆଉ ଖୁଣ୍ଟା ପୋଲିସ ଆଉ ଏକ ଗାଡି ଭଡା କରି ବାଲେଶ୍ବର ଗଲେ।

Related posts