ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଶତାଦ୍ଧୀ ଏକ୍ସପ୍ରେସ, ଗୋଟିଏ ବଗିରୁ ବାହାରିଲା ନିଆଁ

Published: Mar 20, 2021, 9:48 am IST

ନୂଆଦିଲ୍ଲୀ, ଆଜି ଭୋରରୁ ଦିଲ୍ଲୀ ଲକ୍ଷ୍ନୌ ଶତାଦ୍ଧୀ ଏକ୍ସପ୍ରେସର ଜେନେରେଟର ବଗିରେ ନିଆଁ ଲାଗିଯାଇଛି। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଆଜି ସକାଳ 6 ଟା 45 ରେ ଏହି ଟ୍ରେନରେ ନିଆଁ ବାହାରିଥିଲା। ତୁରନ୍ତ ଘଟଣା ସ୍ଥଳରେ ରେଳ ବିଭାଗ ତରଫରୁ ପଦକ୍ଷେପ ନେଇ ନିଆଁକୁ ଆୟତ କରାଯାଇଥିଲା। ପରେ ବଗିକୁ ଟ୍ରେନରୁ ଅଲଗା କରାଯାଇଥିଲା।

ଘଟଣାରୁ ଜଣାପଡିଛି ଯେ, ଶତାଦ୍ଧୀ ଏକ୍ସପ୍ରେସ ଗାଜିଆବାଦ ଷ୍ଟେସନରେ ଛିଡା ହୋଇଥିବା ବେଳେ ଏହି ନିଆଁ ପରିଲକ୍ଷିତ ହୋଇଥିଲା। ଫଳରେ ଯାତ୍ରୀମାନେ ଭୟଭିତ ହୋଇ ଟ୍ରେନରୁ ଓହ୍ଲାଇପଡିଥିଲେ। ନିଆଁକୁ ଆୟତ କରି ବଗିକୁ ଅଲଗା କରିବା ପରେ ଟ୍ରେନଟି ସକାଳ 8ଟା 20ରୁ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା।

Related posts