
ଚଣ୍ଡିଗଡ: ହରିୟଣା ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି। ଜନନାୟକ ଜନତା ପାର୍ଟିର ଉପାଧ୍ୟକ୍ଷ ଏବଂ ବିଧାୟକ ରାମ କୁମାର ଗୌତମ ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ରାମ କୁମାର କହିଛନ୍ତି ଯେ, ଦଳୀୟ ବିଧାୟକମାନକ ଯୋଗୁଁ ଦୁଷ୍ୟନ୍ତ ଚୌଟାଲା ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ସହିତ ବିଜେପି ସାଥିରେ ଦୁଷ୍ୟନ୍ତ ମେଣ୍ଟ କରିଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି।
ଦଳର ଅଧିକାଂଶ ନେତାଙ୍କ ଅଜ୍ଞାତରେ ଏହି ମେଣ୍ଟ ହୋଇଥିବାର ସେ କହିଥିଲେ। ସମସ୍ତ ଭଲ ବିଭାଗଗୁଡିକୁ ଦୂଷ୍ୟନ୍ତ ନେଇଛନ୍ତି। ହେଲେ ବାକି ବିଧାୟକମାନଙ୍କୁ କଣ ମିଳିଛି। ଅନ୍ୟ ବିଧାୟକମାନଙ୍କୁ କଣ ଜନତା ଭୋଟ ଦେଇନଥିଲେ ବୋଲି ରାମ କୁମାର ପ୍ରଶ୍ନ କରିଛନ୍ତି।