ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ କଟକରୁ ଏବଂ ସୁନ୍ଦରଗଡରୁ ୧୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨, ଯାଜପୁରରୁ ୭, ଗଞ୍ଜାମରୁ ୬, ମୟୂରଭଞ୍ଜରୁ ୬, ଅନୁଗୁଳରୁ ୫, ବଲାଙ୍ଗୀରିରୁ ୩, କଳାହାଣ୍ଡିରୁ ୩, ସମ୍ବଲପୁରରୁ ୩, ବାଲେଶ୍ବରରୁ ୨, ବରଗଡରୁ ୨, ଢେଙ୍କାନାଳରୁ ୧, ଝାରସୁଗୁଡାରୁ ୧, କେନ୍ଦୁଝରରୁ ୧, କୋରାପୁଟରୁ ୧, ନୂଆପଡ଼ାରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୨୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୯୬୩ କୁ ବୃଦ୍ଧି ହୋଇଛି। ତେବେ ୭୮୨ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।