Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟକର ବିଭାଗ ଚଢାଉ ନେଇ ଚନ୍ଦ୍ରବାବୁ ନାଇଡୁଙ୍କ ଧାରଣା
ଆଜିର ଖବର

ଆୟକର ବିଭାଗ ଚଢାଉ ନେଇ ଚନ୍ଦ୍ରବାବୁ ନାଇଡୁଙ୍କ ଧାରଣା

April 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
chandra babu naidu protest
chandra babu naidu protest

ନିର୍ବାଚନ ସମୟରେ ଟିଡିପି ନେତାଙ୍କ ବାସଭବନରେ ଆୟକର ବିଭାଗର ଚଢ଼ାଉକୁ ବିରୋଧ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ। ବିଜୟଓ୍ବାଡାର ତୁମାପଲ୍ଲୀ କଳାକ୍ଷେତ୍ରମ ଅଡିଟୋରିୟମ୍‌ରେ ଥିବା ଆମ୍ବେଦକର ପ୍ରତିକୃତି ନିକଟରେ ନାଇଡୁ ଧାରଣାରେ ବସିଛନ୍ତି। କେନ୍ଦ୍ର ସରକାର ଜାଣି ଜାଣି ବିରୋଧୀ ପ୍ରାର୍ଥୀଙ୍କୁ ହଇରାଣ କରିବା ଲାଗି ଆୟକର ବିଭାଗକୁ ବ୍ୟବହାର କରୁଥିବା ଚନ୍ଦ୍ରବାବାବୁ ଅଭିଯୋଗ କରି ଧାରଣା ଦେଇଛନ୍ତି। ଶୁକ୍ରବାର ଚନ୍ଦ୍ରବାବୁ ବିଜୟୱାଡାରେ ଧାରଣା ଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ଏହି ଚଢାଉ ପଛରେ ଓ୍ବାଇଏସ୍‌ଆର କଂଗ୍ରେସ ଏବଂ ବିଜେପିର ହାତ ରହିଛି ବୋଲି ନାଇଡୁ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ବୁଧବାର ଆନ୍ଧ୍ରପ୍ରଦେଶର ଟିଡିପି ପ୍ରାର୍ଥୀ ପୁତ୍ତା ସୁଧାକର ଯାଦବଙ୍କ ବାସଭବନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଯାଦବ ଏହାକୁ ନିର୍ବାଚନୀ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ତାଙ୍କ ପାଖରେ ଲୁଚାଇ ରଖିବାକୁ କିଛି ନାହିଁ ବୋଲି ଯାଦବ କହିଛନ୍ତି। ଚଢ଼ାଉ ସମୟରେ ସାଂସଦ ସି.ଏମ. ରମେଶ ସେଠାରେ ପହଞ୍ଚି କେନ୍ଦ୍ର ସରକାର ଟିଡିପି ନେତାମାନଙ୍କୁ ଟାର୍ଗେଟ କରି ଚଢ଼ାଉ କରିବାକୁ ପଠାଇଛି କି ବୋଲି ଆୟକର ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ। ଏହା ସହିତ ସୁଜନା ଚୌଧୁରୀଙ୍କ ବାସଭବନରେ ମଧ୍ୟ ଚଢାଉ କରାଯାଇଥିଲା। ଏହି ଧାରଣା ପରେ ନିର୍ବାଚନୀ ପ୍ରଚାର ପାଇଁ ନାଇଡୁ କୁର୍ଣ୍ଣୁଲ ଗସ୍ତରେ ଯାଇଥିଲେ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Share. Facebook Twitter LinkedIn Email WhatsApp Copy Link

Related Posts

Merry Christmas: ଖ୍ରୀଷ୍ଟମାସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

December 25, 2025

ନୂଆବର୍ଷର ପ୍ରଥମ ଦିନରେ ଘରକୁ ଆଣନ୍ତୁ ଏହି ଜିନିଷ, ଦୂର ହେବ ସମସ୍ତ ସମସ୍ୟା

December 25, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ନୌ ଗସ୍ତ: ରାଷ୍ଟ୍ର ପ୍ରେରଣା ସ୍ଥଳକୁ କରିବେ ଉଦଘାଟନ

December 25, 2025

ଆପଣଙ୍କ ପିଲା କ’ଣ ପ୍ରତିଦିନ ଫାଷ୍ଟଫୁଡ୍ ଖାଉଛି?; ହୋଇଯା’ନ୍ତୁ ସାବଧାନ, ନଚେତ ହେବ ଭୟଙ୍କର କ୍ଷତି

December 25, 2025
Latest News

Merry Christmas: ଖ୍ରୀଷ୍ଟମାସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

December 25, 2025

ନୂଆବର୍ଷର ପ୍ରଥମ ଦିନରେ ଘରକୁ ଆଣନ୍ତୁ ଏହି ଜିନିଷ, ଦୂର ହେବ ସମସ୍ତ ସମସ୍ୟା

December 25, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ନୌ ଗସ୍ତ: ରାଷ୍ଟ୍ର ପ୍ରେରଣା ସ୍ଥଳକୁ କରିବେ ଉଦଘାଟନ

December 25, 2025

ସଦୈବ ଅଟଳ: ଯାହାଙ୍କ ନିରବତା ଥିଲା ଶବ୍ଦଠାରୁ ଅଧିକ ଶକ୍ତିଶାଳୀ

December 25, 2025

ଆପଣଙ୍କ ପିଲା କ’ଣ ପ୍ରତିଦିନ ଫାଷ୍ଟଫୁଡ୍ ଖାଉଛି?; ହୋଇଯା’ନ୍ତୁ ସାବଧାନ, ନଚେତ ହେବ ଭୟଙ୍କର କ୍ଷତି

December 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.