
ଭୁବନେଶ୍ୱର: କୃଷକ ସଂଗଠନମାନଙ୍କ ଦ୍ୱାରା ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଦିଆଯାଇଥିବା ଦେଶବ୍ୟାପୀ ଭାରତ ବନ୍ଦକୁ ସିପିଆଇ (ଏମ୍.ଏଲ୍) ଲିବରେସନ ଓଡ଼ିଶା ରାଜ୍ୟ କମିଟି ତରଫରୁ ସମର୍ଥନ କରୁଛୁ। କର୍ପୋରେଟ ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ର ସରକାର ଆଣିଥିବା ତିନୋଟି ଯାକ କୃଷି ଆଇନ ଦେଶର ଖାଦ୍ୟ ନିରାପତ୍ତାକୁ ଧ୍ୱଂସ କରିବା ସହ କୃଷି ଓ କୃଷକର ସର୍ବନାଶ କରିଦେବ।
ଫଳରେ ଖାଦ୍ୟଶସ୍ୟ ଉତ୍ପାଦନ, ବଣ୍ଟନ ଓ କୃଷି କ୍ଷେତ୍ରରେ ନିଯୁକ୍ତି ସଙ୍କୁଚିତ ହୋଇ ଦେଶରେ ବେକାରୀ ଓ ଦର ବୃଦ୍ଧି ଘଟିବ। ମାର୍ଚ୍ଚ ୨୬ ତାରିଖକୁ ଦେଶବ୍ୟାପୀ କୃଷକ ଆନ୍ଦୋଳନକୁ ୪ ମାସ ପୁରିବ। ଆନ୍ଦୋଳନରତ କୃଷକଙ୍କ ଧୌର୍ଯ୍ୟ, ସାହସ ଓ ସଂଯମତା ଗଣତାନ୍ତ୍ରିକ ଆନ୍ଦୋଳନକୁ ଏକ ଉଚ୍ଚସୋପାନକୁ ନେଇଯାଇଛି।
କେନ୍ଦ୍ର ସରକାର ତିନୋଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିନେବାକୁ ରାଜ୍ୟବାସୀ ଏହି ବନ୍ଦକୁ ସମର୍ଥନ କରିବା ପାଇଁ ଆମେ ନିବେଦନ କରୁଛୁ।