ମିଲେନିୟମ୍ ସୁପରଷ୍ଟାର୍ ଅମିତାଭ ବଚ୍ଚନ ଓ ରାମ୍ୟା କ୍ରିଷ୍ଣନ୍ଙ୍କ ଯୋଡିକୁ ପୁଣି ଥରେ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ। ଏହି ଯୋଡ଼ି ଆଗାମୀ ତାମିଲ ସିନେମା ‘ଉୟରର୍ନଥା ମନିଥନ’ରେ ଦର୍ଶକଙ୍କ ସମ୍ମୁଖକୁ ଆସିବେ। ୧୯୯୮ରେ ମୁକ୍ତିଲାଭ କରିଥିବା କମେଡି ସିନେମା ‘ବଡେ ମିୟାଁ ଛୋଟେ ମିୟାଁ’ରେ ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ‘ଉୟରର୍ନଥା ମନିଥନ’ ମାଧ୍ୟମରେ ଅମିତାଭ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ଉଭୟ ତାଲିମ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ଅମିତାଭ ଏହି ଫିଲ୍ମର ଲୁକ୍ ସେୟାର କରିବା ସହ ଏହି ଫିଲ୍ମକୁ ନେଇ ସେ ବେଶ୍ ଉତ୍ସାହିତ ରହିଛନ୍ତି ବୋଲି ପ୍ରକାଶ କରିଛନ୍ତି।
( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )
Tags: