Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ତୁଷାରଶ୍ରୀ ପ୍ରତିଭା ସମ୍ମାନ
ଆଜିର ଖବର

ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ତୁଷାରଶ୍ରୀ ପ୍ରତିଭା ସମ୍ମାନ

March 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ତୁଷାର ଚାରିଟେବୁଲ ଟ୍ରଷ୍ଟ ଏବଂ ଆଚାର୍ଯ୍ୟ ବିହାର ପରିଷଦର ମିଳିତ ଆନୁକୂଲ୍ୟରେ ୱାର୍ଡ଼ ନମ୍ବର ୨୮ସ୍ଥିତ ଆଚାର୍ଯ୍ୟ ବିହାର ପରିଷଦ ସଭାଗୃହରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୧ ସେବା ସପ୍ତାହ ଉପଲକ୍ଷେ ‘ତୁଷାରଶ୍ରୀ ପ୍ରତିଭା ସମ୍ମାନ’ ଉତ୍ସବ ଅନୁଷ୍ଠିତ ହୋଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, ତୁଷାର ଚାରିଟେବୁଲ ଟ୍ରଷ୍ଟର ଏଭଳି ଅଭିନବ ପ୍ରୟାସ ନାରୀମାନଙ୍କୁ ଦୁଇପାଦ ଆଗକୁ ନେବାରେ ସହାୟକ ହୋଇପାରିବ। ଫଳରେ ନାରୀମାନେ ସମାଜସେବା ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରିବେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସଦସ୍ୟା ମୀରା ଦାସ ଯୋଗଦେଇ କହିଲେ ଯେ, ଆଜିର ଦୁନିଆରେ ନାରୀମାନେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନରହି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଉଦ୍ୟମ ଜାରି ରଖିବା ସହ ସବୁବେଳେ ସମାଜର ମଙ୍ଗଳ ପାଇଁ ଚିନ୍ତା କରିବା ଦରକାର।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖିକା ଓ ଶିକ୍ଷାବିତ୍ ଶ୍ରୀମତୀ ମନୋରମା ବିଶ୍ୱାଳ ମହାପାତ୍ର, ଲେଖିକା, କବି ସୌଭାଗ୍ୟଲକ୍ଷ୍ମୀ ସେଠୀ, ସମାଜସେବୀ ଶ୍ରୀମତୀ ରେଣୁ ରଥ, ଶିକ୍ଷୟିତ୍ରୀ, ସମାଜସେବୀ ସୁଷମାଦେଇ ମହାପାତ୍ର, ଅଭିନେତ୍ରୀ ଭୂମିକା ଦାଶ, ପୁନମ ମିଶ୍ର, ଐଶ୍ୱର୍ଯ୍ୟା ବେହେରା, ନୀତା ପଣ୍ଡା, ମମତା ଦାସ, କଣ୍ଠଶିଳ୍ପୀ ସୁନିତା ନାୟକ, କ୍ରୀଡ଼ା କ୍ଷେତ୍ରରେ ସୁମିତା ତ୍ରିପାଠୀ, ସୁହାନା ତବୁସୁମ୍‌, ଶ୍ରୀମତୀ ସୁସରଳା ଶ୍ୟାମଲା, ଡ. ସସ୍ମିତା ତ୍ରିପାଠୀ, ଡ. ନମିତା ପଣ୍ଡା, ଓଡ଼ିଶୀ ନୃତ୍ୟାଙ୍ଗନା ମେଘନା ମହାନ୍ତି, ବିଦିଷାବସୁ ମଲ୍ଲିକ, ପିଆଲି ଦେ, ଅମିତା ଜେନାଙ୍କୁ ଅତିଥିମାନେ ମାନପତ୍ର, ଉପଢୌକନ ଦେଇ ତୁଷାରଶ୍ରୀ ପ୍ରତିଭା ସମ୍ମାନରେ ସମ୍ମାନିତ କରିଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରି ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ କହିଲେ ଯେ ଆମ ଟ୍ରଷ୍ଟର ଏହି ଛୋଟିଆ ପ୍ରୟାସ ଆଗାମୀ ଦିନରେ ନାରୀମାନଙ୍କୁ ସମାଜସେବା କ୍ଷେତ୍ରରେ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବାରେ ସହାୟକ ହେବ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ଜିତେନ୍ଦ୍ର କୁମାର ଜେନା, ନବକିଶୋର ବେହେରା, ବିକାଶ ସୁନ୍ଦର ପଟ୍ଟନାୟକ, ଅର୍ଜୁନ ସାହୁ, ଶିବିର କୁମାର ପରିଡ଼ା, ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଭାଗବତ ଦାସ, ଶିଶିର କୁମାର ମହାପାତ୍ର, ଅମ୍ଲେଶ ଦାସ, କେଦାର ପଟ୍ଟନାୟକ, ମୁନା ମିଶ୍ର, ବାପିନା ପାତ୍ର, ସଂଗ୍ରାମ ଜେନା, ମନୋଜ ମିଶ୍ର, ଗୋଲକ ବିହାରୀ ନାୟକ, ଅବିନାଶ ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ଥିଲେ।

ତୁଷାର ଚାରିଟେବୁଲ ଟ୍ରଷ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026

ଭୁବନେଶ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ କଲେ ସାକ୍ଷାତ

March 17, 2026

ମିଳିମିଳା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

March 17, 2026

ମହଙ୍ଗା ପଡ଼ିଲା ଗଙ୍ଗା ନଦୀ ମଝିରେ ଚିକେନ୍ ବିରିୟାନି ଖାଇ ହାଡ଼ ଫିଙ୍ଗିବା: ୧୪ ଗିରଫ

March 17, 2026
Latest News

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026

ଭୁବନେଶ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ କଲେ ସାକ୍ଷାତ

March 17, 2026

ମିଳିମିଳା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

March 17, 2026

ମହଙ୍ଗା ପଡ଼ିଲା ଗଙ୍ଗା ନଦୀ ମଝିରେ ଚିକେନ୍ ବିରିୟାନି ଖାଇ ହାଡ଼ ଫିଙ୍ଗିବା: ୧୪ ଗିରଫ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.