ଜୟପୁରରେ ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ନବୀନ : ଚାଷୀ କଲ୍ୟାଣକୁ ଅଗ୍ରାଧିକାର

Published: Apr 5, 2019, 6:59 pm IST
cm on jaypore

କୋରାପୁଟ ଜିଲ୍ଲାର ଜୟପୁରରେ ଆୟୋଜିତ ଏକ ଜନସଭା ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। ଏହି ଇସ୍ତାହାରରେ ଚାଷୀକଲ୍ୟାଣକୁ ଅଗ୍ରାଧିକାର ଦିଆଯାଇ ପ୍ରଥମ ସ୍ଥାନରେ ରଖାଯାଇଛି। ସରକାର ଗଠନର ପ୍ରଥମ ଦିନରେ ହିଁ ମିଳିବ ‘କାଳିଆ’ଟଙ୍କା ବୋଲି କୁହାଯିବା ସହ  ୨୫ ଲକ୍ଷ ଚାଷୀଙ୍କୁ ୨ଟି କିସ୍ତିର ଟଙ୍କା ଦିଆଯିବ ବୋଲି କୁହାଯାଇଛି। ଏହି ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଏହି ଅବସରରେ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ। ତିତିଲି, ହୁଡହୁଡ ବେଳେ ବିଜେପି ନେତାଙ୍କ ଦେଖା ନଥିଲା। କିନ୍ତୁ ଭୋଟ୍ ମାଗିବାକୁ ସେମାନେ ଆସୁଛନ୍ତି। ବିଜେପି କେବଳ କୁମ୍ଭୀର କାନ୍ଦଣା ଦେଖାଉଛି ବୋଲି କହିଛନ୍ତି ନବୀନ। ସାଢେ ୪ କୋଟି ଓଡିଶାବାସୀ ମୋ ପରିବାର। ମୁଁ ସବୁବେଳେ ଆପଣମାନଙ୍କ ସହିତ ରହିଛି ଏବଂ ଆଗକୁ ରହିବି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ କହି ଭୋଟ୍‌ ଦେବାକୁ ନିବେଦନ କରିଛନ୍ତି ନବୀନ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts