ଏକଜାମ୍ ଓ୍ବାରିଅର୍ସର ସଦ୍ୟତମ ସଂସ୍କରଣ ସମ୍ପର୍କରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ

Published: Mar 29, 2021, 9:38 pm IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକଜାମ ଓ୍ବାରିଅର୍ସର ସଦ୍ୟତମ ସଂସ୍କରଣ ଘୋଷଣା କରି ଆନନ୍ଦ ବ୍ୟକ୍ତ କରିଛନ୍ତି। ସେ କହିଥିଲେ ଯେ ଏକଜାମ ଓ୍ବାରିଅର୍ସର ନୂତନ ସଂସ୍କରଣ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କର ମୂଲ୍ୟବାନ ଯୋଗଦାନକୁ ନେଇ ସମୃଦ୍ଧ ହୋଇଛି।

ସେ ମଧ୍ୟ କହିଥିଲେ ଯେ ଏଥିରେ ବହୁ ମହତ୍ତ୍ୱପୂର୍ଣ୍ଣ ନୂଆ ଭାଗ ଯୋଡ଼ା ଯାଇଛି ଯାହା ବିଶେଷ କରି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବ। “ଆସନ୍ତୁ ପରୀକ୍ଷା ଦେବାକୁ ଯାଉଥିବା ଆମର ଯୁବପିଢ଼ିକୁ ସହାୟତା କରିବା” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଏକାଧିକ ଟ୍ବିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଥିଲେ, “ପରୀକ୍ଷା ଋତୁ ଆରମ୍ଭ ହେବାକୁ ଯାଉଛି, ମୁଁ ଆନନ୍ଦର ସହିତ ଏହା ଘୋଷଣା କରିବାକୁ ଯାଉଛି ଯେ ଏକଜାମ ଓ୍ବାରିଅର୍ସର ସଦ୍ୟତମ ସଂସ୍କରଣ ବର୍ତ୍ତମାନ ଉପଲବ୍ଧ ରହିଛି।

ଏହି ପୁସ୍ତକରେ ଅନେକଗୁଡ଼ିଏ ନୂଆ ମନ୍ତ୍ର ଏବଂ ଏକାଧିକ ଅଭ୍ୟାସ ରହିଛି। ଏହି ପୁସ୍ତକରେ ପରୀକ୍ଷା ପୂର୍ବରୁ ଚାପମୁକ୍ତ ରହିବା ଉପରେ ପୁନଃ ଗୁରୁତ୍ବାରୋପ କରାଯାଇଛି।

Related posts