ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ କଟକରୁ ୧୭, ବଲାଙ୍ଗୀରିରୁ ୧୬, ମୟୂରଭଞ୍ଜରୁ ୧୩, ଝାରସୁଗୁଡାରୁ ୧୦, କଟକରୁ ୯, ସୁନ୍ଦରଗଡରୁ ୭, ଭଦ୍ରକରୁ ୬, ପୁରୀରୁ ୫, ଅନୁଗୁଳରୁ ୪, ବାଲେଶ୍ବରରୁ ୪, ଯାଜପୁରରୁ ୪, ନୂଆପଡ଼ାରୁ ୪, ଗଞ୍ଜାମରୁ ୩, ନବରଙ୍ଗପୁରରୁ ୩, ଢେଙ୍କାନାଳରୁ ୨, କେନ୍ଦୁଝରରୁ ୨, ସମ୍ବଲପୁରରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୯୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୨୦ କୁ ବୃଦ୍ଧି ହୋଇଛି। ତେବେ ୧୭୧୬ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୨୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।