ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୬୧ ଜଣ କରୋନା ଆକ୍ରାନ୍ତ

Published: Mar 31, 2021, 6:10 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୫, କଟକରୁ ୨୫, ନୂଆପଡାରୁ ୨୨, ସୁନ୍ଦରଗଡରୁ ୧୨, ମୟୂରଭଞ୍ଜରୁ ୧୧, ଗଞ୍ଜାମରୁ ୬, ବାଲେଶ୍ବରରୁ ୪, ଜଗତସିଂହପୁରରୁ ୪, ଯାଜପୁରରୁ ୪, ରାୟଗଡାରୁ ୪, ଅନୁଗୁଳରୁ ୩, ବରଗଡରୁ ୩, ଦେବଗଡ଼ରୁ ୩, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୨, କୋରାପୁଟରୁ ୨, ପୁରୀରୁ ୨, ସୋନପୁରରୁ ୨, କେନ୍ଦ୍ରାପଡାରୁ ୧, କେନ୍ଦୁଝରରୁ ୧, ନବରଙ୍ଗପୁରରୁ ୧, ସମ୍ବଲପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୭ ହଜାର ୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୯୧୭ କୁ ବୃଦ୍ଧି ହୋଇଛି। ତେବେ ୧୮୫୨ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୨୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts