ଅଭିନେତ୍ରୀ ତଥା ବିଜେପିର ଚଣ୍ଡିଗଡ ସାଂସଦ କିରଣ ଖେର ବ୍ଲଡ଼ କ୍ୟାନ୍ସର ରୋଗରେ ପୀଡିତ

Published: Apr 1, 2021, 10:55 am IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ବିଜେପିର ଚଣ୍ଡିଗଡ ସାଂସଦ କିରଣ ଖେର ମଲ୍ଟିପଲ ମାଇଲୋମା ରୋଗରେ ପୀଡିତ ଅଛନ୍ତି। ଯାହାକୁ ଏକ ପ୍ରକାର ବ୍ଲଡ଼ କ୍ୟାନ୍ସର ବୋଲି କୁହାଯାଏ।

ବର୍ତ୍ତମାନ ସେ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି। ଗତବର୍ଷ ନଭେମ୍ବର ୧୧ ତାରିକାରେ ଚାଣ୍ଡୀଗଡରେ ତାଙ୍କ ହାତ ଫ୍ୟାକ୍ଚର ହୋଇଥିଲା। ଚଣ୍ଡିଗଡରେ ଚିକିତ୍ସିତ ହୋଇଥିବା ବେଳେ କିରଣଙ୍କଠାରେ ମଲ୍ଟିପଲ ମାଇଲୋମାର ପ୍ରାଥମିକ ଲକ୍ଷଣ ଦେଖାଦେଇଥିଲା। ତାପରେ ତାଙ୍କୁ ଡିସେମ୍ବର ୪ ତାରିଖ ୨୦୨୦ରେ ମୁମ୍ବାଇରେ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଥିଲା। ସେହିଦିନ ଠାରୁ ତାଙ୍କର ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହେଉଥିବା କୁହାଯାଉଛି।

Related posts