
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୬, କଟକରୁ ୨୦, ନୂଆପଡାରୁ ୨୦, କଳାହାଣ୍ଡିରୁ ୧୨, ସୁନ୍ଦରଗଡରୁ ୧୨, ସମ୍ବଲପୁରରୁ ୧୧, ଝାରସୁଗୁଡାରୁ ୧୦, ମୟୂରଭଞ୍ଜରୁ ୧୦, ବଲାଙ୍ଗୀରିରୁ ୯, ବରଗଡରୁ ୮, ବାଲେଶ୍ବରରୁ ୬, ଗଞ୍ଜାମରୁ ୬, ଯାଜପୁରରୁ ୫, କେନ୍ଦୁଝରରୁ ୫, ପୁରୀରୁ ୫, ବୌଦ୍ଧରୁ ୪, ଜଗତସିଂହପୁରରୁ ୪, ଅନୁଗୁଳରୁ ୩, ଢେଙ୍କାନାଳରୁ ୨, କେନ୍ଦ୍ରାପଡାରୁ ୨, କୋରାପୁଟରୁ ୨, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୮ ହଜାର ୧୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୨୬୮ କୁ ବୃଦ୍ଧି ହୋଇଛି। ତେବେ ୩ ହଜାର ୧୪୩ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୨୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।