ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଇସ୍ରୋ ସହିତ ଏହାର ସମ୍ପର୍କ ନେଇ ଏକ ବାର୍ତ୍ତା ଜାରି କରିଛି। ନାସା ପକ୍ଷରୁ ସଂସ୍ଥାର ମୁଖ୍ୟ ଜେମ୍ସ ବ୍ରାଇଡ୍ଷ୍ଟାଇନ୍ କହିଛନ୍ତି ଯେ ଇସ୍ରାେ ସହିତ ଆମର ସମ୍ପର୍କ ବର୍ତ୍ତମାନ ମଧ୍ୟ ଅତୁଟ ଏବଂ ସୁଦୃଢ ରହିଛି। ସୂଚନାଯୋଗ୍ୟ ଯେ, ଭାରତର ଏ ସ୍ୟାଟ୍ ପରୀକ୍ଷଣ ପରେ ମହାକାଶରେ ଜମା ହୋଇଥିବା କିଛି ଟୁକୁଡାକୁ ନେଇ ନାସା ପକ୍ଷରୁ ଭାରତକୁ ସମାଲୋଚନା କରାଯାଇଥିଲା। ଇସ୍ରୋ ମୁଖ୍ୟ କେ ଶିବନଙ୍କୁ ଏକ ଚିଠି ଜରିଆରେ ବ୍ରାଇଡ୍ଷ୍ଟୋନ୍ କହିଛନ୍ତି ଯେ, ହ୍ବାଇଟ୍ ହାଉସ୍ ତରଫରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ ନାସା ମତ ଦେଇଥିଲା ମାତ୍ର ଏହା ଇସ୍ରୋ ସହିତ ଏହାର ପୁରାତନ ସମ୍ପର୍କ ଅବ୍ୟାହତ ରଖିବା ସହିତ ମିଳିତ ଭାବରେ ବିଭିନ୍ନ ପ୍ରକଳ୍ପକୁ ସଫଳତାର ସହ ସମ୍ପାଦନ କରିବା ପାଇଁ କାର୍ଯ୍ୟ ଜାରି ରଖିବେ।
( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )