Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାହିଁ ନାହିଁରେ ଚାଲିଛି ବାଣପୁର ଥାନା: ହନ୍ତସନ୍ତ ହେଉଛନ୍ତି ଅଭିଯୋଗକାରୀ
ଆଜିର ଖବର

ନାହିଁ ନାହିଁରେ ଚାଲିଛି ବାଣପୁର ଥାନା: ହନ୍ତସନ୍ତ ହେଉଛନ୍ତି ଅଭିଯୋଗକାରୀ

April 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ନାହିଁ ନାହିଁ ରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା। ଏହି ଥାନା ଖୋର୍ଦ୍ଧା ଜିଲ୍ଲାର(ଗ୍ରାମାଞ୍ଚଳ) ସବୁଠାରୁ ବୃହତ ଏବଂ ବ୍ୟସ୍ତ ଥାନା ଅଟେ। ପ୍ରାୟ ୬୧୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିତ ଅଞ୍ଚଳର ୧୯୯ ଟି ଗ୍ରାମ, ୨୧ ଗୋଟି ଗ୍ରାମ ପଞ୍ଚାୟତ ଏବଂ ୧୫ ଗୋଟି ଏନଏସି ୱାର୍ଡ ଏହା ଅଧୀନରେ ଆସୁଛି। ଯାହାର ଜନସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୨ ଲକ୍ଷ ୮୨ ହଜାର ୮୧୧ ଅଟେ।

ପ୍ରତି ମାସରେ ଉକ୍ତ ଥାନାରେ ହାରାହାରି ୪୦ ଗୋଟି ମାମଲା ରୁଜୁ ହେଉଥିବା ସ୍ଥଳେ ବାର୍ଷିକ ହାରାହାରି ୫୦୦ ରୁ ଉର୍ଦ୍ଧ୍ଵ ମାମଲା ରୁଜୁ ହେଉଛି। ତେବେ ଜିଲ୍ଲାର ଏତେ ବଡ଼ ଏବଂ ଗୁରୁତ୍ୱପୂର୍ଣ ଥାନାରେ ବର୍ତ୍ତମାନ ପୋଲିସ କର୍ମଚାରୀଙ୍କ ମରୁଡି ଦେଖାଯାଇଛି।

ବର୍ତ୍ତମାନ ବାଣପୁର ଥାନାରେ ମାତ୍ର ୨ ଜଣ ଏସଆଇ ଏବଂ ୨ଜଣ ଏଏସଆଇ କାମ କରୁଛନ୍ତି। ତେବେ ବାଣପୁର ଥାନାରେ ଅତି କମରେ ୭ ଜଣ ଅଧିକାରୀ ନିୟୋଜିତ ରହିବାର ପ୍ରାବଧାନ ଥିବା ବେଳେ ବର୍ତ୍ତମାନ ମାତ୍ର ୪ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି।  ଯାହାଫଳରେ ଅଭିଯୋଗକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଥାନାରେ କର୍ମଚାରୀ କମ ଥିବାରୁ ଅଭିଯୋଗକାରୀଙ୍କ କେସ ରୁଜୁ ହେଲାବେଳକୁ ବିଳମ୍ବ ହେଉଛି। ସେହିପରି ଭାବେ ମାମଲା ଗୁଡିକର ତଦନ୍ତ ମଧ୍ୟ ସମୟସାପେକ୍ଷ ହେଉଛି। ଯାହାଫଳରେ ଅଭିଯୋଗକାରୀମାନଙ୍କୁ ଆଶୁ ନ୍ୟାୟ ମିଳିପାରୁନାହିଁ। ସେଥିଲାଗି ଥାନା କର୍ମଚାରୀମାନେ ବେଳେ ବେଳେ ଅଭିଯୋଗକାରୀଙ୍କ ଆକ୍ରୋଶର ଶିକାର ମଧ୍ୟ ହେଉଛନ୍ତି।

ଅନ୍ୟପକ୍ଷରେ ବାଣପୁର ଥାନାରେ ପ୍ରାୟତଃ ସବୁବେଳେ ପୋକ୍ସୋ ମାମଲା ଆସିଥାଏ।  ଯାହାପାଇଁ ଅଧିକାରୀମାନେ ପୀଡିତାଙ୍କୁ ଭୁବନେଶ୍ୱର ପୋକସୋ କୋର୍ଟ ନେଉଥିବା ବେଳେ ଦିନ ତମାମ ସେଠାରେ ସମୟ ଅପଚୟ କରିବାକୁ ପଡିଥାଏ। ଯେହେତୁ ଘରୋଇ ବିବାଦ, ନାରୀ ନିର୍ଯ୍ୟାତନା, ଏବଂ ପୋକ୍ସୋ ମାମଲା ବାଣପୁର ଥାନାରେ ଅଧିକ ହେଉଛି। ତେଣୁ ଏଠାରେ ନିଶ୍ଚିତ ଭାବରେ ଜଣେ ସବ ଇନ୍ସପେକ୍ଟର ର‍୍ୟାଙ୍କର ମହିଳା ଅଧିକାରୀ ନିୟୋଜିତ ହେବା କଥା। କିନ୍ତୁ ସେ ପଦବୀ ବି ଖାଲି ପଡ଼ିଛି।

ଗୋଟାଏ ପକ୍ଷରେ ଡ଼ିଜିପି ସାରା ରାଜ୍ୟର ପୋଲିସ ଥାନାରେ କୋଭିଡ ପାଇଁ ପାଟ୍ରୋଲିଂ ଜୋରଦାର କରିବାକୁ ଆଦେଶ ଦେଇଥିବାବେଳେ ଅନ୍ୟପକ୍ଷରେ ବାଣପୁର ଥାନାରେ କର୍ମଚାରୀ ଅଭାବ ଥିବାରୁ ଏଠାରେ କୋଭିଡ ପରିଚାଳନା କିପରି ହେବ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏନେଇ ଆମ ପ୍ରତିନିଧି ଜିଲ୍ଲା ଆରକ୍ଷୀ ଅଧିକାରୀ ରାଜକିଶୋର ଦୋରାଙ୍କ ପ୍ରତିକ୍ରିୟା ନେବାରୁ, ବର୍ତ୍ତମାନ ଜିଲ୍ଲାର ସମସ୍ତ ଥାନାରେ ଏପରି ସ୍ଥିତି ରହିଛି ଏବଂ ନୂଆ ଟ୍ରେନିଂ ନେଇଥିବା ଅଧିକାରୀମାନଙ୍କୁ ଖୁବ ଶୀଘ୍ର ଜିଲ୍ଲାର ସମସ୍ତ ଥାନାରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ଦେଇଛନ୍ତି।

ଅଭିଯୋଗକାରୀ ବାଣପୁର ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Latest News

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.