ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ନୂଆପଡାରୁ ୭୪, ଖୋର୍ଦ୍ଧାରୁ ୩୫, ବରଗଡରୁ ୨୨, କଟକରୁ ୧୫, ଗଞ୍ଜାମରୁ ୧୦, ବଲାଙ୍ଗୀରିରୁ ୯, ପୁରୀରୁ ୯, ସୁନ୍ଦରଗଡରୁ ୯, ବାଲେଶ୍ବରରୁ ୮, କଳାହାଣ୍ଡିରୁ ୮, ନବରଙ୍ଗପୁରରୁ ୬, ମୟୂରଭଞ୍ଜରୁ ୫, ସମ୍ବଲପୁରରୁ ୫, ଯାଜପୁରରୁ ୪, କେନ୍ଦୁଝରରୁ ୪, ଅନୁଗୁଳରୁ ୩, ଝାରସୁଗୁଡାରୁ ୩, କେନ୍ଦ୍ରାପଡାରୁ ୩, ଜଗତସିଂହପୁରରୁ ୨, କନ୍ଧମାଳରୁ ୨, କୋରାପୁଟରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୮ ହଜାର ୬୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୪ ହଜାର ୬୪୭ କୁ ବୃଦ୍ଧି ହୋଇଛି। ତେବେ ୪ ହଜାର ୯ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୨୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।