ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୨୮ କରୋନା ଆକ୍ରାନ୍ତ

Published: Apr 8, 2021, 5:55 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ନୂଆପଡାରୁ ୪୦, ବରଗଡରୁ ୩୪, ଖୋର୍ଦ୍ଧାରୁ ୨୬, ସୁନ୍ଦରଗଡରୁ ୨୬, କଳାହାଣ୍ଡିରୁ ୨୨, କଟକରୁ ୧୬, ଅନୁଗୁଳରୁ ୯, ଗଞ୍ଜାମରୁ ୭, ମୟୂରଭଞ୍ଜରୁ ୭, ବାଲେଶ୍ବରରୁ ୬, ବଲାଙ୍ଗୀରିରୁ ୫, ଯାଜପୁରରୁ ୫, ଢେଙ୍କାନାଳରୁ ୩, କେନ୍ଦୁଝରରୁ ୩, ନବରଙ୍ଗପୁରରୁ ୩, ରାୟଗଡାରୁ ୩, ଝାରସୁଗୁଡାରୁ ୨, ନୟାଗଡରରୁ ୨, ପୁରୀରୁ ୨, ଜଗତସିଂହପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୮ ହଜାର ୮୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୫ ହଜାର ୫୨୬ କୁ ବୃଦ୍ଧି ହୋଇଛି। ତେବେ ୪ ହଜାର ୬୬୦ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୨୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts