ନବରଙ୍ଗପୁରରେ ନବୀନ;  କେନ୍ଦ୍ରକୁ କଲେ ଟାର୍ଗେଟ୍‌

Published: Apr 6, 2019, 3:17 pm IST

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉମରକୋଟ ନିର୍ବାଚନ ମଣ୍ଡଳୀର ରାଇଘର ଷ୍ଟାଡିୟମ୍‌ରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରର ସରକାରଙ୍କୁ ଟାର୍ଗେଟ୍‌ କରିବା ସହ ରାଜ୍ୟରେ ସରକାର ଆସିଲେ କାଳିଆ ଯୋଜନାକୁ  ତ୍ବରାନ୍ବିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ବିଜେଡ଼ି ତା’ର ଇସ୍ତାହାରରେ ଚାଷୀଙ୍କୁ ଅଗ୍ରାଧିକାର ଦିଆଯାଇଛି ବୋଲି କହିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହିତ କେନ୍ଦ୍ର ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରିନାହାନ୍ତି ବୋଲି କହିଛନ୍ତି ନବୀନ। କେନ୍ଦ୍ର ସରକାର ଅନେକ କେନ୍ଦ୍ରୀୟ ଯୋଜନା ବନ୍ଦ କରିଛନ୍ତି। ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାକୁ ଆସୁନଥିବା ବେଳେ ଭୋଟ୍‌ ମାଗିବା ପାଇଁ ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ନବୀନ। ସେହିପରି କେନ୍ଦ୍ର ସରକାର ନବରଙ୍ଗପୁରରକୁ ରେଳ ଲାଇନ୍‌ ଘୋଷଣା କରିଥିବାବେଳେ ଏହାର କାର୍ଯ୍ୟ ହୋଇନାହିଁ ଏବଂ ସେହିପରି ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଚୁପ୍‌ଚାପ୍‌ ରହି ଓଡ଼ିଶାବାସୀଙ୍କ ପ୍ରତି ବିଶ୍ବାସଘାତକତା କରିଛି ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ସବୁବେଳେ ଜନତାଙ୍କ ସହ ରହିଛନ୍ତି ଓ ସବୁବେଳେ ରହିବେ ବୋଲି କହି ଭୋଟ୍‌ ଅପିଲ୍‌ କରିଛନ୍ତି ନବୀନ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts