ଉଗାଡି ଅବସରରେ ରିଲିଜ୍‌ ହେଲା ସୁପରଷ୍ଟାର୍‌ ମହେଶ ବାବୁଙ୍କ ଫିଲ୍ମ ’ମହର୍ଷି’ର ଟିଜର୍‌

Published: Apr 6, 2019, 3:39 pm IST
maharshi teaser release

ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ଅପ୍‌କମିଙ୍ଗ୍‌  ଫିଲ୍ମ ମହର୍ଷିର ଟିଜର ରିଲିଜ୍‌ ହୋଇଛି। ତେଲୁଗୁ ନୂଆବର୍ଷ ଉଗାଡିରେ ଏହାକୁ ରିଲିଜ୍‌ କରାଇଛନ୍ତି ଫିଲ୍ମର ପ୍ରଯୋଜକ। ଫିଲ୍ମଟିର ଟିଜର ରିଲିଜ୍‌ ହେବାର କିଛି ସମୟ ମଧ୍ୟରେ ଭାଇରାଲ୍‌ ହୋଇଯାଇଥିଲା। ୟୁଟ୍ୟୁବ୍‌ରେ ଏହି ଟିଜରକୁ ପ୍ରାୟ ୨ ମିଲିୟନ୍‌ ଲୋକ ଦେଖିସାରିଲେଣି। ମହେଶ ବାବୁ ଟିଜରକୁ ନିଜର ଟ୍ବିଟ୍ଟର ପେଜ୍‌ରେ ସେୟାର କରିବା ସହିତ ଉଗାଡିର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଫିଲ୍ମଟିରେ ଚମତ୍କାର ଆକ୍ସନ୍‌ ସିନ୍‌ ରହିଥିବା ବେଳେ ମହେଶଙ୍କ ଡାଏଲଗ୍‌ ଫ୍ୟାନ୍‌ଙ୍କୁ ପସନ୍ଦ ଆସିଛି। ଟିଜରରେ ମହେଶ ଦୁଇ ପ୍ରକାର ଲୁକ୍‌ରେ ନଜର ଆସିଛନ୍ତି। ବାମ୍‌ସୀ ପାଡିପଲ୍ଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମହେଶ ବାବୁଙ୍କ ବ୍ୟତିତ ପୂଜା ହେଗ୍‌ଡେ, ଆଲ୍ଲାରି ନରେଶ, ଜଗପତି ବାବୁ ଏବଂ ପ୍ରକାଶ ରାଜ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ମେ ୯ ତାରିଖରେ ପରଦାକୁ ଆସିବ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts