ମେକ୍ସିକୋ ଅନୁପ୍ରବେଶକାରୀଙ୍କୁ ଫେରିଯିବାକୁ ଚେତାବନୀ ଦେଲେ ଟ୍ରମ୍ପ୍‌

Published: Apr 6, 2019, 3:05 pm IST

ଶୁକ୍ରବାର ଦିନ ଟ୍ରମ୍ପ ମେକ୍ସିକୋ- ଆମେରିକା ସୀମାରେ ଥିବା କେଲିକ୍ସିକୋ ଗସ୍ତ କରିଥିଲେ। ସେଠାରେ ପେଟ୍ରୋଲିଂ କରୁଥିବା ଏଜେନ୍ସି ସହ ଆଲୋଚନା କରି ସୀମାରେ ବିନା ଅନୁମତିରେ ଅନୁପ୍ରବେଶକାରୀଙ୍କ ଉପରେ ରୋକ୍‌ ଲଗାଇବାକୁ କହିଥିଲେ। ଟ୍ରମ୍ପ୍‌ ଏହି ଅବସରରେ କହିଛନ୍ତି ଯେ,  ଆମ ଦେଶ ଜନସଂଖ୍ୟାରେ ଭର୍ତ୍ତି, ଏବେ ଆମେ ଆପଣଙ୍କୁ (ମେକ୍ସିକାେ ଅନୁପ୍ରବେଶକାରୀଙ୍କୁ) ରହିବାକୁ ଅନୁମତି ଦେଇ ପାରିବୁ ନାହିଁ। ତେଣୁ ଆମ ଦେଶରୁ ଫେରିଯାଅ ବୋଲି କହିଥିଲେ ଟ୍ରମ୍ପ୍‌। ଟ୍ରମ୍ପ୍‌ଙ୍କ ଏହି ଗସ୍ତ ସମୟରେ ସେଠାରେ ପ୍ରାୟ ୨୦୦  ଲୋକ ବିରୋଧ ପ୍ରଦର୍ଶନ କରିଥିଲେ। ମେକ୍ସିକୋ ଅନୁପ୍ରବେଶକାରୀଙ୍କ ଉପରେ ଟ୍ରମ୍ପ୍‌ ବେଶ୍‌ ଶକ୍ତ ହେବା ସହିତ ଏହା ରୋକିବା ପାଇଁ ଯଥେଷ୍ଟ ପଦକ୍ଷେପ ନେଉଛନ୍ତି। ତେବେ ୨୦୨୦ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଏହି  ମେକ୍ସିକୋ ଓ ଆମରେିକା ସୀମା ପ୍ରସଙ୍ଗଟି ବଡ଼ ଭୂମିକା ଗ୍ରହଣ କରିବ ବୋଲି ଅନୁମାନ କରାଯାଉଛି।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts