Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରାଚୀନ ଭାରତୀୟ ଜ୍ଞାନ କୌଶଳକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ମତ ପ୍ରକାଶ କଲେ ବିଶେଷଜ୍ଞ
ଆଜିର ଖବର

ପ୍ରାଚୀନ ଭାରତୀୟ ଜ୍ଞାନ କୌଶଳକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ମତ ପ୍ରକାଶ କଲେ ବିଶେଷଜ୍ଞ

April 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରାୟ ଦୁଇ ଶତାବ୍ଦୀ ଧରି ଭାରତୀୟମାନଙ୍କ ମନସ୍ତତ୍ୱରେ ଗୋଟିଏ ବିଷୟ ବସା ବାନ୍ଧି ରହିଛି ଯେ ସମସ୍ତ ବୈଜ୍ଞାନିକ ତତ୍ୱର ଉତ୍ପତ୍ତି ଓ ବିକାଶ କେବଳ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଘଟିଛି ଓ ଭାରତ ଭଳି ଅଣ-ପାଶ୍ଚାତ୍ୟ ଦେଶରେ ବିଜ୍ଞାନ ବୋଲି ବିଶେଷ କିଛି ନ ଥିଲା। କିନ୍ତୁ ପ୍ରାଚୀନ ଭାରତୀୟ ବୈଜ୍ଞାନିକ ଜ୍ଞାନ କୌଶଳର ଉପଯୋଗୀତାକୁ ଲୋକଲୋଚନକୁ ଆଣି ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ନିମନ୍ତେ ସମୟ ଆସିଛି।

ଇଣ୍ଡିଆନ୍ ନଲେଜ ସିଷ୍ଟମ (ଆଇକେଏସ୍‌) ବା ଭାରତୀୟ ଜ୍ଞାନ କୌଶଳର ଧାରାକୁ ଏବେ ଏକ ବିକଳ୍ପ ଭାବେ ଗ୍ରହଣ କରି ଶିକ୍ଷା ବ୍ୟବସ୍ଥାରେ ଅନ୍ତୁର୍ଭୁକ୍ତ କରିବା ଆବଶ୍ୟକ ବୋଲି ଖଡ଼ଗପୁର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିର ଡିପାର୍ଟମେଂଟ ଅଫ୍ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍‌ସେସ୍‌ର ଅଧ୍ୟାପକ ପ୍ରଫେସର ଅନୁରାଧା ଚୌଡରି କହିଛନ୍ତି।

ଆଜି ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ଆଇକେଏସ୍‌କୁ ପୁଣି ଥରେ ଜନମାନସକୁ ଫେରାଇ ଆଣିବା ନିମନ୍ତେ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ନେଇ ସୋଆର ଶୀର୍ଷ ନେତୃତ୍ୱ ସଙ୍ଗରେ ପ୍ରଫେସର ଚୌଡରୀ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ୍ ଅଧ୍ୟାପକ ପ୍ରଫେସର ରିଚା ଚୋପ୍ରା ଆଲୋଚନା ସମୟରେ ମତ ପ୍ରକାଶ କରିଥିଲେ।

ସୋଆରେ କାର୍ଯ୍ୟ କରୁଥିବା ସୋଆ ସେଂଟର୍ ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) ପକ୍ଷରୁ ଇଣ୍ଡିଆନ୍ ନଲେଜ ସିଷ୍ଟମ୍‌କୁ ନେଇ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଯୋଜନା ରହିଛି।

ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ସଭାରେ ସଭାପତିତ୍ୱ କରିଥିବା ବେଳେ ସୋଆ ଆଡଭାଇଜରି ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ସୋଆର ଚିଫ୍ କନ୍‌ସଲ୍‌ଟାଂଟ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି, ସୋଆ ପ୍ରୋ-ଭାଇସ୍ ଚାନ୍‌ସେଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏକ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବିଭିନ୍ନ ଅନୁଷ୍ଠାନର ଡିନ୍‌, ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ପ୍ରାଚୀନର ମୁଖ୍ୟ ଡଃ ଗାୟତ୍ରୀବାଳା ପଣ୍ଡା ଉପସ୍ଥିତି ଥିଲେ।

ପ୍ରଫେସର ଚୌଡରୀ କହିଲେ ଯେ ୨୦୨୦ ନୂତନ ଶିକ୍ଷା ନୀତିରେ ଇଣ୍ଡିଆନ୍ ନଲେଜ ସିଷ୍ଟମ୍‌କୁ ବିଶେଷ ଗୁରୁତ୍ୱ ଦିଆଯାଇଛି ଓ ବର୍ତ୍ତମାନ ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ କ୍ଷେତ୍ରରେ ଏହାର ଉପଯୋଗୀତାକୁ ନେଇ ବିଶ୍ଳେଷଣ କରିବା ନିମନ୍ତେ ଆବଶ୍ୟକତା ରହିଛି।

ପ୍ରଫେସର ଚୋପ୍ରା କହିଥିଲେ ଯେ ସୋଆ ଓଡ଼ିଶା ପରିପ୍ରେକ୍ଷୀରେ ଏହି ବିଷୟକୁ ଆଲୋଚନା କରିବା ଉଚିତ୍। ଏହାଛଡ଼ା ଆଇକେଏସ୍ ଉପରେ ଏକ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇପାରେ। ଡକ୍ଟର ପଣ୍ଡା କହିଲେ ଯେ ପ୍ରାଚୀନ୍ ମାତ୍ର ଦୁଇ ବର୍ଷରୁ କମ୍ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଦୁଇଟି ଗୁରତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇପାରିଛି ଓ ଆଗକୁ ଓଡ଼ିଶାର ଆଦିବାସୀ ରୀତିନୀତିକୁ ନେଇ ଗବେଷଣା କରିବାର ଯୋଜନା ରହିଛି।

ଶିକ୍ଷା ଓ ଅନୁସନ୍ଧାନ ଶିକ୍ଷା ବ୍ୟବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Latest News

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.