
ଭୁବନେଶ୍ୱର: ଭାରତ ବର୍ଷରେ ଗଣତନ୍ତ୍ର ଯେଉଁ ବିପନ୍ନ ଅବସ୍ଥାକୁ ଆସିଛି ତାହାର ଜ୍ୱଳନ୍ତ ପ୍ରମାଣ ଆଜି ନିର୍ବାଚନ କମିଶନଙ୍କ ଏକପାଖିଆ ନିଷ୍ପତ୍ତିରୁ ପ୍ରମାଣିତ ହୋଇଯାଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ସମାଜସେବୀ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ କମିଶନଙ୍କ ନିଷ୍ପତ୍ତିକୁ ଦୃଢ ନିନ୍ଦା କରିଛନ୍ତି।
ପଶ୍ଚିମବଙ୍ଗରେ ଯେଉଁଭଳି ଭାବରେ ନର୍ବାଚନୀ ହିଂସା ଚାଲିଛି ସେଥିପାଇଁ ପ୍ରଧାନମନ୍ତ୍ରୀ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ପୂର୍ଣ୍ଣ ଭାବରେ ଦାୟୀ। ଅନ୍ୟ ରାଜ୍ୟମାନଙ୍କରେ ଦୁଇଦିନରେ ନିର୍ବାଚନ ସରୁଥିବା ବେଳେ ୮ଦିନ ନିର୍ବାଚନ କରି କେନ୍ଦ୍ର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ନିର୍ବାଚନକୁ ଏକ ଭିନ୍ନ ରଙ୍ଗ ଦେଇଛନ୍ତି। ଏହାର କଡ଼ା ମୁକାବିଲା ଆଗାମୀ ଦିନରେ ପଶ୍ଚିମବଙ୍ଗର ଜନସାଧାରଣ ବିଜେପି ଦଳକୁ ଶିକ୍ଷା ଦେବେ।
ସୁଶ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ଦିନ ନିର୍ବାଚନ ବନ୍ଦ କରି ଗଣମାଧ୍ୟମରେ ଜୋରଦାର ପ୍ରଚାର କରିବା ପାଇଁ ଅନ୍ୟ ପକ୍ଷରେ ନିର୍ବାଚନ କମିଶନ ସୁଯୋଗ ଦେଇଛନ୍ତି। ଆସନ୍ତା କାଲିର ସୁଶ୍ରୀ ବୋନ୍ଦୋପାଧ୍ୟାୟଙ୍କ ଅନଶନ ଧାରଣାକୁ ଡଃ ଜ୍ଞାନେନ୍ଦ୍ର ପୂର୍ଣ୍ଣ ସମର୍ଥନ ଦେଇଛନ୍ତି।