ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ନୂଆପଡ଼ାରୁ ୧୯୪, ଖୋର୍ଦ୍ଧାରୁ ୧୦୪, ସୁନ୍ଦରଗଡରୁ ୮୪, କଳାହାଣ୍ଡିରୁ ୬୪, ଝାରସୁଗୁଡାରୁ ୩୨, କଟକରୁ ୩୦, ସମ୍ବଲପୁରରୁ ୨୮, ଗଞ୍ଜାମରୁ ୨୬, ମୟୂରଭଞ୍ଜରୁ ୨୪, ପୁରୀରୁ ୨୪, ରାୟଗଡାରୁ ୨୪, ନବରଙ୍ଗପୁରରୁ ୨୩, ବରଗଡରୁ ୨୧, ଅନୁଗୁଳରୁ ୧୭, ସୋନପୁରରୁ ୧୭, ଯାଜପୁରରୁ ୧୬, କେନ୍ଦୁଝରରୁ ୧୬, ବାଲେଶ୍ବରରୁ ୧୩, ବଲାଙ୍ଗୀରିରୁ ୧୨, କୋରାପୁଟରୁ ୧୧, ଭଦ୍ରକରୁ ୯, ନୟାଗଡରୁ ୯, ଦେବଗଡରୁ ୬, ଢେଙ୍କାନାଳରୁ ୪, ଜଗତସିଂହପୁରାରୁ ୩, କନ୍ଧମାଳରୁ ୨ ଏବଂ ମାଲକାନାଗିରିରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୨ ହଜାର ୫୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୮ ହଜାର ୩୪୨ କୁ ବୃଦ୍ଧି ହୋଇଛି। ତେବେ ୧୩ ହଜାର ୭୮୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୩୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।