‘କବୀର ସିଂହ’ର ଫାଷ୍ଟ ପୋଷ୍ଟର୍‌ ରିଲିଜ୍‌ କଲେ ଶାହିଦ୍‌

Published: Apr 6, 2019, 6:37 pm IST
release of kabir singh's 1st poster

ବଲିଉଡ୍‌ ଅଭିନେତା ଶାହିଦ୍‌ କପୁରଙ୍କ ଆଗାମୀ ସିନେମା ‘କବିର ସିଂହ’ର ପ୍ରଥମ ପୋଷ୍ଟର ଆଜି ରିଲିଜ୍‌ କରାଯାଇଛି। ଶାହିଦ୍‌ ନିଜ ଟୁଇଟର ଆକାଉଣ୍ଟରେ ଏହାର ପୋଷ୍ଟର ଶେୟାର କରିବା ସହିତ  ନିଜ ଭିତରେ ଥିବା କବିର ସିଂହଙ୍କୁ ଖୋଜନ୍ତୁ ବୋଲି କ୍ୟାପ୍‌ଶନରେ ସେ ଲେଖିଛନ୍ତି। ପୋଷ୍ଟରରେ ଶାହିଦ୍‌ଙ୍କ ଚେହେରା ଠିକ୍‌ ଭାବେ ଦେଖାଯାଉ ନ ଥିଲେ ହେଁ ଫିଲ୍ମରେ ତାଙ୍କର ଲୁକ୍‌ ବିଷୟରେ ସାମାନ୍ୟତମ ଝଲକ ମିଳୁଛି। ସେ ମୁହଁରେ ୨ଟି ସିଗାରେଟ ଲଗାଇଛନ୍ତି। ଶାହିଦ୍‌ଙ୍କ ଏହି ଚଳଚ୍ଚିତ୍ରଟି ହେଉଛି ସୁପରହିଟ୍‌ ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡି’ର ହିନ୍ଦି ରିମେକ୍‌। ଏହାର ନିର୍ଦ୍ଦେଶନା ଦେଉଛନ୍ତି ସନ୍ଦୀପ ବାଙ୍ଗା। ଶାହିଦ୍‌ଙ୍କ ସହ ଏହି ଫିଲ୍ମରେ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିବ। ’ଅର୍ଜୁନ୍‌ ରେଡ୍ଡି’ରେ ବିଜୟ ଦେବେରକୋଣ୍ଡା ଓ ଶାଲିନୀ ପାଣ୍ଡେ ଅଭିନୟ କରିଥିଲେ।  ‘କବିର ସିଂହ’ର ଟିଜର୍‌ ଏପ୍ରିଲ୍‌ ୮ରେ ରିଲିଜ୍‌ ହେବାକୁ ରହିଥିବାବେଳେ ଏହି ଫିଲ୍ମଟି ଜୁନ୍‌ ୨୧ରେ ପରଦାକୁ ଆସିବ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts