ଭୁବନେଶ୍ବର, ଆଜିଠାରୁ ଟ୍ୱିନସିଟରେ ୧୪୪ ଧାରା ଲାଗୁ କରାଯାଇଛି । ଏହା ରାତି ୯ ଟାରୁ ସକାଳ ୫ ଟା ଯାଏଁ ବଳବତ୍ତର ରହିବ । ତେବେ ଆଜି ଶନିବାରରେ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ମଧ୍ୟ ଏହି ସମୟରେ ବି ୧୪୪ ଧାରା ଲାଗୁ ହେବ । ବର୍ତ୍ତମାନ କଟକ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଭୁବନେଶ୍ବର ଏହାର ସଂକ୍ରାମଣ ବ୍ୟାପକ ହେବାରେ ଲାଗିଛି। ସେଥିପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।