Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରର କୋଭିଡ୍ ପର୍ଯ୍ୟବେକ୍ଷକଙ୍କ ୧୯୨୯ କଲ୍‌ସେଣ୍ଟର ପରିଦର୍ଶନ
ଆଜିର ଖବର

ଭୁବନେଶ୍ୱରର କୋଭିଡ୍ ପର୍ଯ୍ୟବେକ୍ଷକଙ୍କ ୧୯୨୯ କଲ୍‌ସେଣ୍ଟର ପରିଦର୍ଶନ

April 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱରର କୋଭଡ୍ ପର୍ଯ୍ୟବେକ୍ଷକଙ୍କ ୧୯୨୯ କଲ୍‌ସେଣ୍ଟର ପରିଦର୍ଶନ

ଭୁବନେଶ୍ୱର: ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକ ତଥା ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜ୍ୟଶ୍ରମ ଆୟୁକ୍ତ ଡଃ. ଏନ୍‌. ଥିରୁମାଲା ନାଏକଙ୍କ ସହିତ ଆଜି ଅପରାହ୍ଣରେ ଭୁବନେଶ୍ୱର ଶହୀଦ ନଗର,ବି.ଏମ୍‌.ସି ଭବାନୀ ମଲସ୍ଥିତ ସ୍ମାର୍ଟ ସିଟି କାର୍ଯ୍ୟାଳୟଠାରେ ୧୯୨୯ କଲ୍‌ସେଣ୍ଟର ପରିଦର୍ଶନ କରିଏହାର ପରିଚାଳନା ସଂପର୍କରେ ପଚାରି ବୁଝିଥିଲେ ।

ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଉପସ୍ଥିତ ଥିଲେ । କୋଭିଡ୍ ପର୍ଯ୍ୟବେକ୍ଷକ ଶ୍ରୀମତୀ ଗର୍ଗ ଏହି କଲ୍‌ ସେଣ୍ଟରରେ କାର୍ଯ୍ୟରତ ଷ୍ଟାଫ୍ ଓ ଡାକ୍ତରମାନଙ୍କ ସହିତ ଆଲୋଚନା କରି ଜନ ସାଧାରଣ , ସଂକ୍ରମିତ ତଥା ସମ୍ଭାବ୍ୟ ସଂକ୍ରମିତମାନଙ୍କୁ ସେମାନେ କିପରି ଆବଶ୍ୟକ ସୂଚନା ପ୍ରଦାନ କରୁଛନ୍ତି, ସେ ସମ୍ପର୍କରେ ଅବଗତ ହୋଇଥିଲେ । କଲ୍‌ସେଣ୍ଟରରେ ଟେଲିଫୋନ୍ ଯେପରି ବେଶୀ ସମୟ ବ୍ୟସ୍ତ ନ ରୁହେ ଏବଂ ସେଣ୍ଟର ଜରିଆରେ ଅନୁସନ୍ଧାନ କରୁଥିବା ବ୍ୟକ୍ତିଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେଏଠାରେ ଷ୍ଟାଫ୍‌ ସଂଖ୍ୟା ବୃଦ୍ ଧିକରିବାକୁ ପର୍ଯ୍ୟବେକ୍ଷକ ଶ୍ରୀମତୀ ଗର୍ଗ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ ।

କୋଭିଡ୍ ପରିଚାଳନା ପାଇଁ ୨୦୨୧ ମାର୍ଚ୍ଚ ୨୪ ତାରିଖରୁ ଭୁବନେଶ୍ୱର ସ୍ମାର୍ଟ ସିଟି ପାଇଁ ୧୯୨୯ କଲ୍‌ ସେଣ୍ଟରର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏଠାରେ ସ୍ମାର୍ଟ ସିଟିର ବିଭିନ୍ନ ସେବା ପାଇଁ ୩୬ ଜଣ କଲ୍‌ସେଣ୍ଟର ଅପରେଟର କାର୍ଯ୍ୟକରୁଛନ୍ତି । କୋଭିଡ୍ ପରିଚାଳନା ପରିପ୍ରେକ୍ଷୀରେ ଏଠାରେ କାର୍ଯ୍ୟରତ ଡାଟାଏଣ୍ଟି ଅପରେଟର ଏବଂ ଡାକ୍ତରମାନେ କୋଭିଡ୍‌ ସଂକ୍ରମିତ ବ୍ୟକ୍ତିଙ୍କୁ ସଙ୍ଗରୋଧ ପରାମର୍ଶ ଦେବା ସହିତ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ଯିବା ପାଇଁ ଆବଶ୍ୟକୀୟ ପରାମର୍ଶ ଓ ସୂଚନା, କୋଭିଡ୍‌ ସଂକ୍ରମିତଙ୍କ ପାଇଁ କଲ ସେଣ୍ଟରରେ ଥିବା ଡାକ୍ତରମାନଙ୍କ ଦ୍ୱାରା ଔଷଧ ସେବନ ପରାମର୍ଶ ସଂକ୍ରାନ୍ତୀୟ କଲ୍‌ ଗ୍ରହଣ କରିବା ସହିତ ପରାମର୍ଶ ଦେଉଛନ୍ତି ।

କୋଭିଡ୍‌ସଂପର୍କିତ ଆବଶ୍ୟକ ତଥ୍ୟ, ଜନସାଧାରଣ ତଥା ସଂକ୍ରମିତଙ୍କ ପ୍ରଶ୍ନର ଉତ୍ତର, ବିଭିନ୍ନ ୱର୍ଡ ପାଇଁ ନିୟୋଜିତ ୱାର୍ଡ ଅଫିସରଙ୍କ ସୂଚନା ପ୍ରଦାନ କରିବାରେ ସହାୟକ ହେଉଛନ୍ତି । ଏଣୁ କୋଭିଡ୍‌ ମୁକାବିଲା ପାଇଁ ୧୯୨୯ କଲସେଣ୍ଟରର ସୁବିଧା ନେବାକୁ କୋଭିଡ୍ ପର୍ଯ୍ୟବେକ୍ଷକ ଶ୍ରୀମତୀ ଗର୍ଗ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Anu GArg
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Latest News

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.