ନିର୍ବାଚନ ଖର୍ଚ୍ଚ ପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ରାଜନୈତିକ ଦଳର ବୈଠକ, କଟକଣା ହେବ ନିର୍ବାଚନ ଖର୍ଚ୍ଚ

Published: Apr 6, 2019, 8:14 pm IST
ceo meeting

ଆଜି ଭୁବନେଶ୍ବରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାଜ୍ୟର ସ୍ବୀକୃତି ପ୍ରାପ୍ତ ରାଜନୈତିକ ଦଳର ଏକ ବୈଠକ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ବସିଛି। ଏହି ବୈଠକରେ ମୁଖ୍ୟତଃ ନିର୍ବାଚନ ପ୍ରଚାର ଖର୍ଚ୍ଚ ଉପରେ ଆଲୋଚନା କରାଯାଇଥିଲା। ପ୍ରାର୍ଥୀମାନେ ପ୍ରଚାର ସମୟରେ କିପରି ଖର୍ଚ୍ଚ କରିବେ ଏବଂ ତାହା କିପରି ଲିଖିତ ଭାବେ ରଖିବେ ତାହା ଆଲୋଚନା କରାଯାଇଥିଲା। ବର୍ତ୍ତମାନ ବିଭିନ୍ନ ଲୋକସଭା କ୍ଷେତ୍ରରେ ଅର୍ଥନୈତିକ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। ସେମାନେ ବିଭିନ୍ନ ପ୍ରାର୍ଥୀ ପ୍ରକୃତରେ କିପରି ଖର୍ଚ୍ଚ କରୁଛନ୍ତି ତାହା ତଦାରଖ କରିବେ। ସେଥିପାଇଁ ନିର୍ବାଚନ ଅଧିକାରୀଙ୍କ ତରଫରୁ ଏକ ଟିମ ଗଠନ କରାଯାଇଛି। ଏହି ଟିମ ବିଭିନ୍ନ ସମୟରେ ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ ତଦାରଖ କରିବେ।

Related posts