
ଭୁବନେଶ୍ବର, ଓଡିଶାରେ ବର୍ତ୍ତମାନ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଆଜି ଯେଉଁ ରିପୋର୍ଟ ଆସିଛି ତାହା ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ଆଜି ରିପୋର୍ଟ ଅନୁସାରେ ଗତକାଲି ରାଜ୍ୟରେ 6 ହଜାର 164 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା 4 ହଜାର 851 ଥିଲା। ଅର୍ଥାତ ଗୋଟିଏ ଦିନରେ ଏହା 1 ହଜାର 313 ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି।
ଆଜିର ରିପୋର୍ଟ ଅନୁସାରେ ଗତକାଲି କ୍ବାରଣ୍ଟାଇନରୁ 3 ହଜାର 575 ଜଣ ଏବଂ 2 ହଜାର 589 ଜଣ ସ୍ଥାନୀୟ ସଂକ୍ରାମକ ଅଛନ୍ତି। ଏ ସମସ୍ତଙ୍କର ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ତରଫରୁ ଠାବ କରାଯାଉଛି।