Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାମେଣ୍ଟର ପ୍ରଥମ ନିର୍ବାଚନୀ ସଭାରେ ମାୟାବତୀଙ୍କ ଋଣହୁଙ୍କାର
ଆଜିର ଖବର

ମହାମେଣ୍ଟର ପ୍ରଥମ ନିର୍ବାଚନୀ ସଭାରେ ମାୟାବତୀଙ୍କ ଋଣହୁଙ୍କାର

April 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
first rally of joint alliance in up
first rally of joint alliance in up

ଉତ୍ତରପ୍ରଦେଶର ଦେଓବନ୍ଦଠାରେ ସମାଜବାଦୀ ପାର୍ଟି (ଏସ୍‍ପି)-ବହୁଜନ ସମାଜ ପାର୍ଟି (ବିଏସ୍‍ପି)-ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମେଣ୍ଟର ପ୍ରଥମ ନିର୍ବାଚନୀ ଜନସଭା ଅନୁଷ୍ଠିତ ହୋଇଯାଇଛି। ଏହି ଜନସଭାରେ ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ଯାଦବ, ବିଏସ୍‍ପି ଅଧ୍ୟକ୍ଷା ମାୟାବତୀ ଏବଂ ଆରଏଲଡି ଅଧ୍ୟକ୍ଷ ଚୌଧୁରୀ ଅଜିତ ସିଂହ ନିଜ ଅଭିଭାଷଣ ରଖିଥିଲେ। ମାୟାବତୀ ନିଜ ଉଦ୍‍ବୋଧନରେ ମୁସଲମାନ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ। ମାୟାବତୀ ଅନୁରୋଧ କରିଥିଲେ ଯେ ମୁସଲମାନ ସମ୍ପ୍ରଦାୟର ଲୋକେ ଭାବନାର ବହି ଯାଇ କଂଗ୍ରେସକୁ ଭୋଟ ଦିଅନ୍ତୁ ନାହିଁ। ବିଜେପିକୁ କଂଗ୍ରେସ ଟକ୍କର ଦେଇପାରିବ ନାହିଁ। ମହାମେଣ୍ଟ ହିଁ ବିଜେପିକୁ ଟକ୍କର ଦେଇପାରିବ। ଏବେ ୟୁପିରୁ ବିଜେପି ଯାଉଛି ଏବଂ ମହାଗଠବନ୍ଧନ ଆସୁଛି । ଯଦି ଭୋଟିଂ ମେସିନ୍‌ରେ କୌଣସି ପ୍ରକାରର ଗଡବଡ଼ ନ ହୁଏ, ତେବେ ମହାଗଠବନ୍ଧନ ନିଶ୍ଚୟ ହିଁ ଜିତିବ ବୋଲି କହିଛନ୍ତି ମାୟାବତୀ। ସେହିପରି କଂଗ୍ରେସକୁ ନିଶାନା କରିଛନ୍ତି ମାୟାବତୀ । ଆଉ ଚୌକିଦାରର ନାଟକ ଚଳିବ ନାହିଁ, ଯେତେ ଶକ୍ତି ଲଗାନ୍ତୁ ପଛେ। ଅଚ୍ଛେ ଦିନ୍‌ର ସ୍ବପ୍ନ ଦେଖାଇ ପ୍ରଲୋଭନ କରିଥିବା ମୋଦି ସରକାର ଏକଚତୁର୍ଥାଂଶ ପ୍ରତିଜ୍ଞା ବି ପୂରଣ କରିପାରିଲା ନାହିଁ। ସେହିପରି ମାୟାବତୀ କହିଛନ୍ତି ଯେ, ଯଦି ତାଙ୍କୁ ସୁଯୋଗ ମିଳିବ, ତେବେ କୃଷକଙ୍କର ଋଣ ରହିବ ନାହିଁ। କଂଗ୍ରେସ ଇସ୍ତାହାରରେ ମାସିକ ୬,୦୦୦ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଛି,  ଯଦି ମେଣ୍ଟ ସରକାର ଆସିବ, ତେବେ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରୋଜଗାର ଦେବା ପାଇଁ ବ୍ୟବସ୍ଥା ରହିବ। କଂଗ୍ରେସର ପ୍ରଲୋଭନର ନ ଆସିବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି। କଂଗ୍ରେସ ବିଜେପିକୁ ମାତ୍‌ ଦେଇପାରିବ ନାହିଁ, କିନ୍ତୁ ମହାଗଠବନ୍ଧନ ହିଁ ରୋକି ପାରିବ। କଂଗ୍ରେସ ଆମ ମେଣ୍ଟକୁ ଜିତିବାକୁ ଦେବାକୁ ଚାହୁଁନାହିଁ। ତେଣୁ କଂଗ୍ରେସ ବିଭିନ୍ନ ଲୋକସଭା ଆସନରେ ବିଜେପିକୁ ଫାଇଦା ପହଞ୍ଚାଇବା ଭଳି ପ୍ରାର୍ଥୀ ଦେଇଛି। ମୁସଲମାନ ସମ୍ପ୍ରଦାୟର ଲୋକ ନିଜ ଭୋଟ ବାଟନ୍ତୁ ନାହିଁ। କେବଳ ଏସ୍‍ପି-ବିଏସ୍‍ପି-ଆରଏଲଡି ମେଣ୍ଟକୁ ଭୋଟ ଦିଅନ୍ତୁ ବୋଲି ଅପିଲ୍‌ କରିଛନ୍ତି ମାୟାବତୀ। ଏହି ଅବସରରେ ମୋଦିଙ୍କୁ କଟାକ୍ଷ କରି ମାୟାବତୀ କହିଛନ୍ତି ଯେ, ମେଣ୍ଟ ଜନସମାବେଶରେ ଲୋକଙ୍କ ଭିଡ଼ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମ ଶକ୍ତିର ଆଭାସମିଳିସାରିଥିବ। ସେହିପରି ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବମଧ୍ୟ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ, ପ୍ରଥେମ ଚାଏବାଲା, ଏବେ ଚୌକିଦାର। ବର୍ତ୍ତମାନ ନୂଆ ସରକାର ଓ ନୂଆ ପ୍ରଧାନମନ୍ତ୍ରୀ ବାଛିବାର ସମୟ ଆସିଛି। ଏଥର ସବୁ ଗରିବ ସବୁ କୃଷକ ଚୌକିଦାରର ଚୌକିକୁ ହଟାଇବା ପାଇଁ କାମ କରିବେ। ଶରାବ କହିଲା ବାଲା ସତ୍ତାର ନିଶାରେ ଚୁର୍‌ ହୋଇଛି। ସେହିପରି ଅଖିଳେଶ କହିଛନ୍ତି ଯେ, ଆମ ସୀମା ସୁରକ୍ଷିତ ନାହିଁ, ଆମ ଯବାନଙ୍କ ପ୍ରାଣ ଯାଉଛି। ଏହି ନିର୍ବାଚନ ହେଉଛି ମହାପରିବତ୍ତର୍ନର ନିର୍ବାଚନ ବୋଲି କହିଛନ୍ତି ଅଖିଳେଶ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

rally thesamikhsya up
Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18, 2026

ଭାରତ ଔଦ୍ୟୋଗିକ ବିକାଶ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

March 18, 2026

ଅଧିନାୟକ ପରିବର୍ତ୍ତନ କଲା ସନରାଇଜର୍ସ ହାଇଦ୍ରାବାଦ: ଏହି ବିସ୍ଫୋରକ ଖେଳାଳି ନେବେ ନେତୃତ୍ଵ

March 18, 2026

“ମହାରାଷ୍ଟ୍ରରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି”: ସିନ୍ଦେଙ୍କ ଦିଲ୍ଲୀ ଗସ୍ତ ଉପରେ କଂଗ୍ରେସର ଦାବି

March 18, 2026
Latest News

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18, 2026

ଭାରତ ଔଦ୍ୟୋଗିକ ବିକାଶ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

March 18, 2026

ଅଧିନାୟକ ପରିବର୍ତ୍ତନ କଲା ସନରାଇଜର୍ସ ହାଇଦ୍ରାବାଦ: ଏହି ବିସ୍ଫୋରକ ଖେଳାଳି ନେବେ ନେତୃତ୍ଵ

March 18, 2026

“ମହାରାଷ୍ଟ୍ରରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି”: ସିନ୍ଦେଙ୍କ ଦିଲ୍ଲୀ ଗସ୍ତ ଉପରେ କଂଗ୍ରେସର ଦାବି

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.