ଦିଦିଙ୍କ ଗଡ଼ରେ ଦିଦିଙ୍କୁ ମୋଦିଙ୍କ ସମାଲୋଚନା  : ମମତା ବଙ୍ଗଳାବାସୀଙ୍କୁ ଧୋକା ଦେଇଛନ୍ତି

Published: Apr 7, 2019, 5:35 pm IST
modi criticized maamta

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସିଧା ନିଶାନା କରିଛନ୍ତି। ପଶ୍ଚିମବଙ୍ଗଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମୋଦି ମମତା ପଶ୍ଚିମବଙ୍ଗବାସୀଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି ବୋଲି କହିଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗର ବିକାଶରେ ବାଧକ ହୋଇଛନ୍ତି। ସେ ରାଷ୍ଟ୍ରବିରୋଧୀଙ୍କୁ ସମର୍ଥକ କରୁଛନ୍ତି। ମୋଦି ମମତା ବାନାର୍ଜୀ ଏବଂ ନ୍ୟାସନାଲ୍‌ କନ୍‌ଫରେନ୍ସ ସହିତ ଗଠବନ୍ଧନକୁ ମଧ୍ୟ କଟାକ୍ଷ କରିଛନ୍ତି। ମୋଦି ସମାଲୋଚନା କରି କହିଛନ୍ତି ଯେ, ସେ ସେଇମାନଙ୍କ ସାଥ୍‌ ଦେଉଛନ୍ତି, ଯେଉଁମାନେ ଭାରତରେ ଦୁଇ ଦୁଇଜଣ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି। ସୂଚନାଯୋଗ୍ୟ, ଜମ୍ମୁକାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ସତ୍ତାକୁ ଆସିଲେ ଜମ୍ମୁକାଶ୍ମୀରରେ ନିଜର ଏକ ପ୍ରଧାନମନ୍ତ୍ରୀ ହେବ ବୋଲି କହିଥିଲେ। ସେହିପରି କଂଗ୍ରେସ ଉପରେ ଟାର୍ଗେଟ୍‌ କରି ମୋଦି କହିଛନ୍ତି ଯେ, କଂଗ୍ରେସର ଅକ୍ଷମତା ପାକିସ୍ତାନକୁ ଏଭଳି  କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ଦେଇଛି। ସେହିପରି ମମତାକୁ ସମାଲୋଚନା କରି ପଶ୍ଚିମବଙ୍ଗବାସୀ ମମତାଙ୍କ ଶାସନରୁ ମୁକ୍ତ ହେବାକୁ ଚାହୁଁଛନ୍ତି ବୋଲି ମୋଦି କହିଛନ୍ତି। ଏହି ଅବସରରେ ମୋଦି ମୋଦି ନାରା ସ୍ପିଡ୍‌ ବ୍ରେକର୍‌ ଦିଦିଙ୍କ ରାତିର ନିଦ ଉଡାଇ ଦେଉଛି। ଦିଦି ପଶ୍ଚିମବଙ୍ଗ ବିକାଶର ସ୍ପିଡ୍‌ ବ୍ରେକର୍‌ ପରି କାମ କରୁଛନ୍ତି। ମମତା କେନ୍ଦ୍ରୀୟ ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ପ୍ରଚଳନ ନ କରାଇ ଗରିବଙ୍କ ସହ ଧୋକ୍କା କରିଛନ୍ତି ବୋଲି କହିଛନ୍ତି ମୋଦି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts